Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛତିଶଗଡର ୭ଟି ସଂସଦୀୟ କ୍ଷେତ୍ରରେ ତୃତୀୟ ପର୍ଯ୍ୟାୟ ଭୋଟ

ଝାରସୁଗୁଡା ୮/୫ ( ଓଡ଼ିଶା ନ୍ୟୁଜ) ପଡ଼ୋଶୀ ଛତିଶଗଡ଼ ରାଜ୍ୟର ୭ ଟି ସଂସଦୀୟ କ୍ଷେତ୍ରରେ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇ ଯାଇଛି । ସେ ଆସନ ଗୁଡ଼ିକ ହେଲା ରାୟଗଡ, ବିଳାସପୁର, ଦୁର୍ଗ, ରାୟପୁର, ସରଗୁଜା, ଯାଜଙ୍ଗୀର- ଚାମ୍ପା ଓ କୋର୍ବା । ଏହି ସମସ୍ତ ୭ଟି ଲୋକସଭା ଆସନରେ ମୋଟ ୧୬୮ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦୀତା କରୁଛନ୍ତି l ରାୟପୁର ଲୋକସଭା ଆସନରୁ ୩୮ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ବିଳାସପୁରରୁ ୩୭ ଜଣ, କୋର୍ବାରୁ ୨୭ ଜଣ, ଦୁର୍ଗ ରୁ ୨୫ ଜଣ, ରାୟଗଡ ରୁ ୧୩ ଜଣ, ସରଗୁଜାରୁ ୧୦ ଜଣ ଏବଂ ଜାଞ୍ଜଗିର-ଚାମ୍ପାରୁ ୧୮ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦୀତା କରୁଛନ୍ତି l ଏହି ଆସନ ପାଇଁ ମୋଟ ୧ କୋଟି ୩୯ ଲକ୍ଷ ୨୫୮ ମତଦାତା ରହିଥିବା ବେଳେ ସେମାନଙ୍କ ମଧ୍ୟରେ ୧୧ ଲକ୍ଷ ୮୭ ହଜାର ୪୭୦ ଜଣ ନୂତନ ଭୋଟର ଅଛନ୍ତି ଏବଂ ସର୍ବ ମୋଟ ୧୫ ହଜାର ୭୦୧ ପୁଲିଂ ବୁଥରେ ନିର୍ବାଚନ ପରିଚାଳନା ପାଇଁ ୭୭ ହଜାର ୫୯୨ କର୍ମୀ ନିଯୁକ୍ତି କରା ଯାଇଥିଲା l ସମସ୍ତ ବୁଥ ମାନଙ୍କରେ ସକାଳ ୭ ଟା ଠାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଭୋଟିଂ ପ୍ରକ୍ରିୟା ଜାରି ରହିଥିଲା l ଏହା ପୂର୍ବରୁ ଗତ ଏପ୍ରିଲ ୧୯ ତାରିଖରେ ବସ୍ତର ଲୋକସଭା ଆସନ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୩ ଟି ଲୋକସଭା ଆସନ ଯଥା:- କାଁକେର, ମହାସମୁନ୍ଦ,ରାଜନାନ୍ଦଗାଁଓ ଏପ୍ରିଲ ୨୬ ତାରିଖରେ କାଁକେର, ମହାସମୁନ,ରାଜନନ୍ଦଗାଁଓ ପାଇଁ ମତଦାନ ହୋଇଥିଲା l