Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଥରୁଟିଏ ବିଜେପିକୁ କ୍ଷମତାକୁ ଆଣନ୍ତୁ, ଯାହା କହିଛୁ ତାହା କରି ଦେଖାଇବୁ: ରାଜନାଥ ସିଂ

ଭବାନୀପାଟଣା: ଭବାନୀପାଟଣାରେ ବିଜେପି ଦ୍ୱାରା ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପ୍ରଥମ ଥର କଳାହାଣ୍ଡି ଆସିଛି, ସ୍ୱାଗତ ସମ୍ବର୍ଦ୍ଧନା ପାଇ ଅତ୍ୟନ୍ତ ଖୁସି ମୁଁ । ପ୍ରଭୁ ଜଗନ୍ନାଥ ଓ ମାଆ ମାଣିକେଶ୍ୱରୀଙ୍କ ଧରିତ୍ରୀକୁ ପ୍ରଣାମ କରୁଛି । ରାଜନାଥ କହିଛନ୍ତି, ୫୦ ବର୍ଷ କଂଗ୍ରେସ ସରକାର ଏବଂ ୨୫ ବର୍ଷ ବିଜେଡି ସରକାର ଦେଖିଲ । ଥରୁଟିଏ ବିଜେପିକୁ କ୍ଷମତାକୁ ଆଣନ୍ତୁ ବୋଲି ରାଜନାଥ ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି ।

ରାଜନାଥ କହିଛନ୍ତି, କିଛି ବର୍ଷ ପୂର୍ବେ କଳାହାଣ୍ଡି ଗରିବୀ ଓ ଦାରିଦ୍ର‌୍ୟ ପାଇଁ ପରିଚିତ ଥିଲା । ଅନେକ ଏନଜିଓ ଗରିବୀ ପର୍ଯ୍ୟଟନ ପାଇଁ ଏଠାକୁ ଆସୁଥିଲେ । ଏଠୁ ଯାଇ ଏଠାକାର ଦାରିଦ୍ର‌୍ୟ ବିଷୟରେ ଖବରକାଗଜରେ ଲେଖୁଥିଲେ । ମୋଦୀ କ୍ଷମତାକୁ ଆସିବା ପରେ ବିଗତ ୧୦ ବର୍ଷରେ ଅନେକ ସାମାଜିକ କଲ୍ୟାଣ କାମ ହୋଇଛି ।

ସେ କହିଛନ୍ତି ଆଗାମୀ ୫-୮ ବର୍ଷରେ କଳାହାଣ୍ଡି ବାବଦରେ ଏ ଧାରଣା ବଦଳିଯିବ । ପ୍ରତ୍ୟେକ ଅଞ୍ଚଳ ବିକଶିତ ନ ହେଲେ ବିକଶିତ ଭାରତ ସମ୍ଭବ ହୋଇ ପାରିବ ନାହିଁ । ଗରିବୀ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । ୫୦/୫୫ ବର୍ଷ କ୍ଷମତାରେ ରହିବା ସତ୍ତ୍ୱେ ଗରିବୀ ଦୂର ହେଲାନି । କିନ୍ତୁ କଂଗ୍ରେସ ଦ୍ୱାରା ସମ୍ଭବ ହେଲାନି ମୋଦୀ କରି କି ଦେଖାଇଲେ । ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଗାମୀ ୧୦ରୁ ୧୫ ବର୍ଷରେ କେହି ଗରିବ ରହିବେନି । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା କରିଛନ୍ତି, କିନ୍ତୁ ଆପଣଙ୍କୁ ସେହି ସୁବିଧା ମିଳୁନି । ବିଜେପି ସରକାର ଆସିଲେ ଆୟୁଷ୍ମାନ କାର୍ଡ ମିଳିବ । ଗରିବ ହେଉ କି ଧନୀ ସମସ୍ତଙ୍କୁ ଆୟୁଷ୍ମାନ ସୁବିଧା ମିଳିବ ।

ରାଜନାଥ କହିଛନ୍ତି, ୩୭୦ ହଟାଇବୁ କହିଥିଲୁ, ହଟାଇଲୁ । ରାମ ମନ୍ଦିର ନିର୍ମାଣ କରିବାକୁ କହିଥିଲୁ, କରିଲୁ । ଆମେ ଯାହା କହୁ ତାହା କରି କି ଦେଖାଉ । ଏହା ଆମ ଚରିତ୍ର । ତିନି ତଲାକ ସମାପ୍ତ କରିବାକୁ କହିଥିଲୁ, ସମାପ୍ତ କଲୁ । କଂଗ୍ରେସ ସବୁ ବେଳେ ନକରାତ୍ମକ ରାଜନୀତି କରିଥାଏ । ଆମ ସରକାର ଆସିବା ପରେ ଆତଙ୍କବାଦୀ ଆକ୍ରମଣ କମିଛି । ୫୦ ବର୍ଷ କଂଗ୍ରେସ ସରକାର ଏବଂ ୨୫ ବର୍ଷ ବିଜେଡି ସରକାର ଦେଖିଲେ । ଦେଶ ଦ୍ରୁତ ଗତିରେ ଆଗକୁ ବଢୁଛି ତେଣୁ ବିଜେପିକୁ କ୍ଷମତାକୁ ଆଣନ୍ତୁ ବୋଲି ଲୋକଙ୍କୁ ଅପିଲ କରିଛନ୍ତି ରାଜନାଥ ସିଂହ ।