ବାଲିବୋଝେଇ ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକ ମୃତ


ବରପାଲି : ବରପାଲି ବ୍ଲକ କୃଷକପଲ୍ଲୀ ଗ୍ରାମରେ ଏକ ବାଲି ବୋଝେଇ ଟ୍ରାକ୍ଟର ବରପାଲି ପଟକୁ ଆସୁଥିବା ବେଳେ ଏକ ବାଇକ ବାଡେଇ ହୋଇ ଦୁଇ ଜଣ ଯୁବକଙ୍କର ଅକାଳ ମୃତ୍ଯୁ ହୋଇଯାଇଛି। ରେମତା ଗ୍ରାମର ଅଭିନବ ଦିପ ଓ ସରଜୁ ଦିପ ବରପାଲିରୁ ଘରୋଇ କାର୍ଯ୍ଯକ୍ରମ ସାରି ନିଜ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ସ୍ଥଳରେ ସଜ୍ଞାହିନ ଅବସ୍ଥାରେ ଯୁବକ ଦ୍ବୟ ପଡିଥିବା ବେଳେ ସ୍ଥାନିୟ ଯୁବକଙ୍କ ସହାୟତାରେ ବରପାଲି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଅଭିନବକୁ ମୃତ ଘୋଷଣା କରିଥିବା ବେଳେ ସଙ୍କଟାପର୍ଣ୍ଣ ସ୍ଥିତିରେ ରହିଥିବା ସରଜୁକୁ ବୁର୍ଲ୍ଲା ସ୍ଥାନାନ୍ତରିତ ପାଇଁ ପରାମର୍ଶ ଦେଇଥିଲେ। ହେଲେ ବୁର୍ଲ୍ଲା ନେଉଥିବା ବେଳେ ସରଜୁର ମଧ୍ଯ ପ୍ରାଣବାୟୁ ଉଡିଯାଇଥିଲା। ଘଟଣା ସମ୍ପର୍କରେ ଡାକ୍ତରଖାନାରୁ ଅବଗତ ହେଲାପରେ ପୋଲିସ ଘଟଣାସ୍ଥଳ ଓ ଡାକ୍ତରଖାନାରେ ପହଞ୍ଚି ଘଟଣା ସମ୍ପର୍କରେ ପଚରାଉଚୁରା ଆରମ୍ଭ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରିବା ସହ ପରିବାର ଲୋକଙ୍କ ସହାୟତାରେ ଅଭିନବର ମୃତଶରିର ଶବବ୍ଯବଚ୍ଛ୍ଯଦ ପାଇଁ ବରଗଡକୁ ପଠାଇଥିଲା। ସେହିପରି ବୁର୍ଲ୍ଲାରୁ ବ୍ଯବଚ୍ଛ୍ଯଦ କାର୍ଯ୍ଯ ସମ୍ପର୍ଣ୍ଣ ପରେ ସରଜୁର ମରଶରିର ଗୁରୁବାର ଗାଁରେ ପହଞ୍ଚିଥିଲା। ଘଟଣାକୁ ନେଇ ଗାଁରେ ଏକ ଶୋକର ପରିବେଶ ସୃଷ୍ଟି ହୋଇଥିଲା।