Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୟନମନ୍ର୍ତୀଙ୍କ ରିତା ସାହୁଙ୍କ ଭୋଟ ପ୍ରଚାରରେ ମହିଳା ପ୍ରଭାବିତ

ବରପାଲି : ଚଳିତ ସାଧାରଣ ନିର୍ବାଚନ ପ୍ରଚାର ପରିପେକ୍ଷିରେ ବିଭିନ୍ନ ରାଜନୈତିକ ଦଳ ମାନ ନିଜ ଶୈଳିରେ ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ପ୍ରଚେଷ୍ଟା ଜାରୀ ରଖିଛନ୍ତି। ବେନର ପୋଷ୍ଟର ସହ ଡାକବାଜୀ ଯନ୍ର୍ତ ଲଗାଇ ଗାଡି ମାନ ଗଳି କନ୍ଦିକୁ ତରାଙ୍ଗିତ କରୁଥିବା ବେଳେ ପ୍ରାର୍ଥି ମାନେ ଦ୍ବାରଦ୍ବାର ବୁଲି ଭୋଟ ଭିକ୍ଷା କରୁଛନ୍ତି। ଶନିବାର ବରପାଲି ବ୍ଲକ ସତଲମା, ପାଟକୁଲୁଣ୍ତା ପଞ୍ଚାୟତ ଅର୍ନ୍ତଗତ ଗ୍ରାମ ମାନଙ୍କରେ ବୟନଶିଳ୍ପ ମନ୍ର୍ତୀ ରିତା ସାହୁ ବ୍ଲକ ଅଧ୍ଯକ୍ଷା ରିନା ଥଇତଙ୍କ ସମେତ ଦଳିୟ କର୍ମି ମାନେ ଘରଘର ବୁଲି ମୂଖ୍ଯତଃ ମହିଳା ମାନଙ୍କୁ ଆକୃଷ୍ଟ କରୁଥିବା ଦେଖାଯାଇଥିଲା।ଯୋଡ଼ି ଶଙ୍ଖର ପ୍ରଚାରରେ ବାହାରିଥିବା ବେଳେ ଗ୍ରାମର ମହିଳା ମାନେ ଆନ୍ତରିକ ସ୍ବାଗତ ଜଣାଇବା ସହ ଭାବବିହ୍ବୋଳ ମୁହୁର୍ତ୍ତ ସୃଷ୍ଟି ହେଉଥିବା ଦେଖଯାଇଥିଲା। ନିର୍ବାଚନୀ ପ୍ରଚାରକୁ ମନ୍ର୍ତୀ ରିତା ସାହୁଙ୍କ ସମେତ ଦଳିୟ ବରିଷ୍ଠ ନେତା ଓ ମହିଳା କର୍ମି ମାନେ ଭୋଟ ଭିକ୍ଷା ଅବସରରେ ନବିନ ସରକାରର ଉନ୍ନୟନ ମୂଳକ କାର୍ଯ୍ଯକ୍ରମ, ମହିଳା ସଶକ୍ତିକରଣ, ସ୍ବାସ୍ଥ୍ଯ ସେବା ବ୍ଯବସ୍ଥା ସମ୍ବନ୍ଧରେ ଅବଗତ କରାଉଥିବା ବିଜେଡି ପକ୍ଷରୁ ପ୍ରସାରିତ ନୁତନ ଇସ୍ତାହାର ଉପରେ ବୁଝାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ