Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପର୍ଯ୍ୟଟକଙ୍କ ନିମନ୍ତେ ଆଜି ଠାରୁ ଖୋଲିବ ଗୋପାଳପୁର ବତୀଘର

ଗୋପାଳପୁର ୧୦/୫
ଗୋପାଳପୁର ରେ ପର୍ଯ୍ୟଟକ ଙ୍କ ନିମନ୍ତେ ବନ୍ଦ ରହିଥିବା ବତୀଘର ଶନିବାର ଠାରୁ ଖୋଲିବ ବୋଲି ନିଷ୍ପତି ହୋଇଛି l ସେ ନେଇ ଆଜି ଭାରତ ସରକାରଙ୍କ ବନ୍ଦର ନୌ ପରିବହନ ଏବଂ ଜଳମାର୍ଗ ମନ୍ତ୍ରାଳୟ ବତୀଘର ଏବଂ ବତି ଜାହାଜ ନିର୍ଦ୍ଧେଶାଳୟ କଲିକତା କାର୍ଯ୍ୟାଳୟ ପକ୍ଷରୁ ଆଜି ଗୋପାଳପୁର ବତୀଘରକୁ ଚିଠି ହୋଇଥିବା ନେଇ ଏସ. କେ. ପାଢ଼ୀ ସୂଚନା ଦେଇଛନ୍ତି l ଏହି ବତୀଘର ସନ୍ଧ୍ୟା ୪ ଘଣ୍ଟା ଠାରୁ ୫ଟା ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ବତୀଘର ଉପରକୁ ଯିବା ପାଇଁ ଖୋଲା ରହିବ l ଭାରତୀୟ ବୟସ୍କ ପ୍ରାପ୍ତ ଲୋକଙ୍କ ପାଇଁ ୧୦ ଟଙ୍କା ଟିକଟ ରହିଥିବା ବେଳେ ବାର ବର୍ଷରୁ କମ ପିଲାଙ୍କ ପାଇଁ ୩ ଟଙ୍କା ଓ ବିଦେଶୀ ପର୍ଯ୍ୟଟକ ପାଇଁ ୨୫ ଟଙ୍କା, ଫୋଟ ଗ୍ରାଫି ପାଇଁ ୨୦ ଟଙ୍କା, ଭିଡିଓ ଗ୍ରାଫି ପାଇଁ ୨୫ ଟଙ୍କା ମୂଲ୍ୟ ଧାର୍ଯ୍ୟ ହୋଇଛି l ତାହାସହ ଉପରକୁ ଯିବା ପାଇଁ ବିଭିନ୍ନ ନିୟମାବଳି ରହିଛି l ପର୍ଯ୍ୟଟକ ମାନେ ପରିସରରେ ସେଲ୍ଫିପଏଣ୍ଟ, ପାର୍କ, ଶୌଚାଳୟ, ପାନୀୟ ଜଳ ଆଦି ବ୍ୟବସ୍ଥା ରହିଛି l ସୂଚନା ପ୍ରକାରେ ୨୦୧୩ ମସିହା ଠାରୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଇ ଦିଆଯାଇଥିଲା। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷାକୁ ନଜରରେ ରଖି ସାମୁଦ୍ରିକ ପଥ ଉପରେ କଡ଼ା ନଜର ରଖିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତି ପ୍ରକାରେ ୨୦୧୩ ମସିହାରେ ବତିଘର ଉପରେ ଏକ ରାଡାର୍ ଖଞ୍ଜାଯାଇଥିଲା। ତେଣୁ ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି ହୋଇଥିଲା l ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ଆଜି ଠାରୁ ଖୋଲିବ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ