Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ରେ ବିଭୂତି ଓ ପ୍ରଦିପ ଙ୍କ ଜୋରଦାର ପ୍ରଚାର।ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ବାଲକ୍ରିଷ୍ଣା ଙ୍କ ବିଜେପି ରେ ଯୋଗଦାନ

ଗୋପାଳପୁର,୧୦/୦୫
ଆଉ ମାତ୍ର ୨ ଦିନ ପରେ ଓଡ଼ିଶାରେ ପ୍ରଥମ ଚରଣ ମତଦାନ ହେବାକୁ ଯାଉଥିବା ବେଳେ ଗୋପାଳପୁର ନିର୍ବାଚନମଣ୍ଡଳୀ ସମେତ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ରେ ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ଜେନା ଓ ଡ଼ ପ୍ରଦୀପ ପାଣିଗ୍ରାହୀ ଙ୍କ ପକ୍ଷରୁ ପ୍ରଚାର ଜୋରଦାର କରିଛନ୍ତି। ବିଭୂତି ଙ୍କ ପକ୍ଷରୁ ଆଜି କନିଷି ପଞ୍ଚାୟତ ର କନିଷିହାଟ ଓ କନିଷି ଗାଁ ସମେତ ରଙ୍ଗିପୁର, କୋଳିଥି ଗାଁ, ପଦ୍ମପୁର, କେଲୁଆପଲ୍ଲୀ ଓ ଇନ୍ଦ୍ରାକ୍ଷି ପଞ୍ଚାୟତ ର‌ ବିଭିନ୍ନ ଗାଁ ରେ ପ୍ରଚାର କରିବା ସହ ଗତ ୨୫ ବର୍ଷ ମଧ୍ୟରେ ଓଡ଼ିଶାରେ ବିଜେଡି ସରକାର ଖଣି ଲୁଟ ଠାରୁ ଆରମ୍ଭ କରି ମହିଳା ଙ୍କୁ ସୁରକ୍ଷା ପ୍ରଦାନ ରେ ପଛରେ ପଡି ଯାଇଥିବା ବେଳେ ଏବେ ପାଣ୍ଡିଆନ ହାତକୁ ଓଡ଼ିଶାର ଶାସନଭାର ଟେକି ଦେବାକୁ ବିଜେଡି ସ୍ଥିର କରିଛନ୍ତିି। ଏଣୁ ଭୋଟ ଦେବା ବେଳେ ଏହାକୁ ଦେଖି ଭୋଟ ଦେବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ଅନ୍ୟ ପଟେ ଗୋପାଳପୁର ନିର୍ବାଚନମଣ୍ଡଳୀ ରେ‌ ବିଧାୟକ ଓ‌ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ରେ ସାଂସଦ ଭାବେ ବିଜେଡ଼ି ରୁ ପ୍ରାର୍ଥୀ ହୋଇଥିବା ନେତା ମାନେ ଗୋପାଳପୁର ନିର୍ବାଚନମଣ୍ଡଳୀ ର କେଉଁ ରାସ୍ତା କେଉଁ ଗାଁ କୁ ଯାଇଛି କେଉଁଠି ପୋଖରୀ ଅଛି ତାହା ଜାଣି ନାହାନ୍ତି ବୋଲି କଟାକ୍ଷ କରିଥିଲେ। ପ୍ରଚାର ସମୟରେ ଶହଶହ ବିଜେପି କର୍ମୀ ସାମିଲ ରହି ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ନେତା ପିତବାସ ପଣ୍ଡା ଙ୍କ ସମେତ ଗଙ୍ଗାଧର ଶତପଥୀ,ରଜତ ପଣ୍ଡିତ,ସୁନିଲ କୁମାର ପାତ୍ର,ସନତ କୁମାର ନାୟକ ଓ ସୁଶାନ୍ତ ନାୟକ ପ୍ରମୁଖ ସାମିଲ ହୋଇଥିଲେ। ଅନ୍ୟ ପଟେ ଲୋଚାପଡା ଠାରେ ବିଜେପି ପକ୍ଷରୁ ଏକ ବିରାଟ କର୍ମୀ ସମ୍ମିଳନୀ ର ଆୟୋଜନ କରାଯାଇଥିଲା। ଏଥିରେ ପ୍ରଦିପ ଙ୍କ ସମେତ ବିଭୂତି ଓ ଅନ୍ୟ ନେତା ମାନେ ଉପସ୍ଥିତ ରହିଥିଲେ।ଏହି‌କାର୍ଯ୍ୟକ୍ରମ ରେ ୫ ହଜାରରୁ ଉର୍ଦ୍ଧ୍ବ କର୍ମୀ ଓ ଜନତା ସାମିଲ ରହିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ