Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀଙ୍କ ଖୋଲା ଚ୍ୟାଲେଞ୍ଜ, ନବୀନ ବାବୁଙ୍କୁ ବିନା କାଗଜରେ ଜିଲ୍ଲା ନାଁ ଲେଖିବାକୁ କୁହାଯାଉ

ଫୁଲବାଣୀ: ଫୁଲବାଣୀରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧା ସିଧା ହମଲା କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଖୋଲା ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି । ମୋଦୀ ଏହା ମଧ୍ୟ କହିଛନ୍ତି, ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲା ନାଁ ଜାଣି ନାହାନ୍ତି ସେଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କ ଦୁଃଖ ବୁଖି ପାରିବେ କି ?

ଏହା ସହିତ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀ ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ନବୀନ ବାବୁଙ୍କୁ କାଗଜ ଖଣ୍ଡେ ଧରାଇ ଛିଡା କରାଯାଉ । ନବୀନ ବାବୁଙ୍କୁ ବିନା କାଗଜରେ ଜିଲ୍ଲା ନଁ ଲେଖିବାକୁ କୁହାଯାଉ । ଜିଲ୍ଲା ନାଁ ଓ ଜିଲ୍ଲା ମୁଖ୍ୟାଳୟର ନାଁ ଲେଖିବାକୁ କୁହାଯାଉ । ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲା ନାଁ ଜାଣି ନାହାନ୍ତି ସେଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କ ଦୁଃଖ ବୁଖି ପାରିବେ କି ? ଆମକୁ ୫ବର୍ଷ ସୁଯୋଗ ଦିଅନ୍ତୁ ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିଦେବୁ ।

ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି। ଗୁଜରାଟ ପାଖରେ ଯେଉଁ ସାମର୍ଥ୍ୟ ଅଛି, ତା’ଠାରୁ ୧୦୦ ଗୁଣା ସାମର୍ଥ୍ୟ ଓଡ଼ିଶାର ଅଛି। ଗୁଜରାଟ ଆଗେଇ ଗଲା, କିନ୍ତୁ ଓଡ଼ିଶା କାହିଁକି ପଛରେ ରହିଗଲା? ଗୁଜରାଟରେ ଲୁଣ ଛଡ଼ା କିଛି ନାହିଁ। ଓଡ଼ିଶାରେ ବିଭିନ୍ନ ପ୍ରକାର ଖଣିଜ ସଂପଦ ଭରି ରହିଛି। ଓଡ଼ିଶା ଦେଶର ୧ ନମ୍ବର ରାଜ୍ୟ ହୋଇପାରିବ। ତେଣୁ ରାଜ୍ୟର ମାଟି ସହିତ ଯୋଡ଼ି ହୋଇ ରହିଥିବା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବା ଆବଶ୍ୟକ। ଥରେ ସାହସ କରି ବିଜେପିର ସବୁ ବିଧାୟକ ପ୍ରାର୍ଥୀଙ୍କୁ ଜିତାନ୍ତୁ ଓ ବିଜେପି ସରକାର ଗଠନ କରନ୍ତୁ ।

ରତ୍ନଭଣ୍ଡାରକୁ ନେଇ ମଧ୍ୟ ଆଜି ପ୍ରଧାନମନ୍ତ୍ରୀ ବିଜେଡି ସରକାରକୁ ତୀର୍ଯ୍ୟକ ବାଣ ମାରିଛନ୍ତି । ସେ କହିଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାରର ମୂଲ୍ୟାଙ୍କନ ୪୫ ବର୍ଷ ତଳେ ହୋଇଥିଲା । ଭଗବାନ ଜଗନ୍ନାଥଙ୍କ ବିନା ଆମର ଜୀବନ ହିଁ ନାହିଁ । ଜଗନ୍ନାଥ ଅଛନ୍ତି ତ ଜୀବନ ଅଛି । ଗତ ୪୦ ବର୍ଷରୁ ଅଧିକ ହେଲାଣି ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲଯାଇନି । ରତ୍ନଭଣ୍ଡାରର ଚାବି ୬ ବର୍ଷ ହେଲା ମିଳୁନି । ଏଭଳି ଅମୂଲ୍ୟ ରତ୍ନଭଣ୍ଡାରର ଚାବି ବି ସମ୍ଭାଳି ପାରୁ ନାହାନ୍ତି । ଚାବି କୁଆଡେ ଗଲା, ଲୋକଙ୍କୁ ଜାଣିବାର ଅଧିକାର ଅଛି । ଚାବି କୁଆଡେ ଗଲା, କାହା ପାଖକୁ ଗଲା କାହା ପାଖରେ ଉତ୍ତର ନାହିଁ । ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ୍ ଚାବି ମିଳିଛି । ଡୁପ୍ଲିକେଟ୍ ଚାବି କାହିଁକି ତିଆରି ହେଲା । ଡୁପ୍ଲିକେଟ୍ ଚାବିରେ କେହି ଖୋଲୁ ନ ଥିଲା ତ, ରତ୍ନଭଣ୍ଡାରରୁ ସୁନା ନେଉ ନ ଥିଲା ତ?

ମୋଦୀ କହିଛନ୍ତି, ଚାବି ହଜିବାଠୁ ଡୁପ୍ଲିକେଟ୍ ଚାବି ଅଧିକ ଗମ୍ଭୀର ବିଷୟ । ଏହାର ତଦନ୍ତ ପାଇଁ କମିଶନ ବସିଲା । କିନ୍ତୁ କମିଶନ ରିପୋର୍ଟ ସାର୍ବଜନୀନ ହେଲାନି । ନବୀନ ବାବୁଙ୍କ ସରକାର ଏ ବିଷୟକୁ ନେଇ କାହିଁକି ଭୀତତ୍ରସ୍ତ । ରାଜ୍ୟ ସରକାର କାହା ପାପକୁ ଘୋଡାଇବାକୁ ଚେଷ୍ଟା କରୁଛି । ଜଗନ୍ନାଥ ଅଛନ୍ତି ତ ଆମ ଜୀବନ ଅଛି । ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ ।

ସୂଚନାଯୋଗ୍ୟ, ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡିଶାରେ ମାରାଥନ ପ୍ରଚାର ରହିଛି । ଫୁଲବାଣୀ ସମାବେଶ ପରେ ମୋଦୀ ବଲାଙ୍ଗୀର ଓ ବରଗଡରେ ଆୟୋଜିତ ସମାବେଶରେ ଯୋଗ ଦେବେ । ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ପ୍ରଚାରର ଅନ୍ତିମ ଦିନ । ତେଣୁ ବିଜେପି, ବିଜେଡି ଓ କଂଗ୍ରେସ ନିଜର ପ୍ରଚାର ଜୋରଦାର କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ