Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ତ୍ରୀ ନିରଞ୍ଜନ ପୁଝାରୀ ଙ୍କ କର କମଳରେ ଉଦଘାଟନ ଓ ଶିଳାନ୍ୟାସ ହେଲା ସୋନପୁର ସହରାଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ

ସୁବର୍ଣ୍ଣପୁର-ଆଜି ରାଜ୍ୟ ଅର୍ଥ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୁଝାରୀ ସୁବର୍ଣ୍ଣପୁର ସହରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।ଆଜି ସକଳୁ ପ୍ରଥମେ ସୋନପୁର ପୌର ପରିଷଦ ଅଧିନରେ ଥିବା ନୂଆ ବନ୍ଧ ଓ ଗୋବିନ୍ଦ ବନ୍ଧର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିଥିବା ବେଳେ ସହରର ନଳିନୀ ଛଓ ଓ ବ୍ଲକ ଛକ ଠାରେ ଦୁଇଟି ଏଲଇଡି ଡିସପ୍ଲେ ବୋର୍ଡର ଉଦଘାଟନ କରିଥିଲେ । ସେହିପରି ପୌର ପରିଷଦର ପଟାଭାଡି ଠାରେ ଏକ ମିନି ପାର୍କ ଓ ବ୍ଲକ ଛକ ଠାରେ ଥିବା ଏକ ଭେଣ୍ଡିଂ ଯୋନର ଉଦଘାଟନ କରିଛନ୍ତି ।ସେହିପରି ମନ୍ତ୍ରୀ ସୋନପୁର ସହରରେ ଆଉ ଏକ ରିଂଙ୍ଗ ରୋଡର ଶିଳାନ୍ୟାସ କରିଛନ୍ତି ।ଏହି ରିଙ୍ଗ ରୋଡ ତେଲନଦୀ ବ୍ରିଜ ନିକଟରୁ ଗତରକେଲା ପର୍ଯ୍ୟନ୍ତ ୬ କିଲୋମିଟର ବ୍ୟାପି କରାଯିବ ।ଏଥିପାଇଁ ୧୫କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଏହି ରିଙ୍ଗ ରୋଡ ହେଲେ ସୋନପୁର ସହର ବନ୍ୟା ଦାଉରୁ ରକ୍ଷା ପାଇବା ସହିତ ପର୍ଯ୍ୟଟନର ଭିତ୍ତିଭୂମୀ ତିଆରି ହୋଇପାରିବ ତଥା ଏହି ରିଙ୍ଗ ରୋଡକୁ ଭବିଷ୍ୟତରେ ଏନ ଏଚ ବାଇପାସ ଭାବରେ ବ୍ୟବହାର ହୋଇପାରିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ସୋନପୁର ସହରରେ ଏକା ଦିନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ତଥା ଶିଳାନ୍ୟାସ ହୋଇଥିବାରୁ ସହରବାସୀ ବେଶ୍ ଖୁସୀ ଥିବାବେଳେ ପୌରପରିଷଦ ଅଧ୍ୟକ୍ଷା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ