Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ରବିରୁତୁ ଧାନକ୍ରୟ କମିଟି ବୈଠକ ଅନୁଷ୍ଠିତ ା

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୁର୍ଯ୍ୟନାରାୟଣ ଦାସ ଙ୍କ ସଭାପତିତ୍ବରେ ଚଳିତ ରବି ଋତୁ ଧାନ କ୍ରୟ କମିଟୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଗତ ବର୍ଷ ଗୁଡ଼ିକରେ ସୁବର୍ଣ୍ଣପୁର ଜିଲ୍ଲା ଧାନକିଣାରେ ରାଜ୍ୟରେ ଏକ ନମ୍ବର ଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହାକୁ ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ ।ଚଳିତ ବର୍ଷ ରବି ଋତୁ ପାଇଁ ଜିଲ୍ଲାରେ ଆଗାମୀ ମେ ୨୨ ତାରିଖରୁ ଧାନ କିଣାଯିବା ପାଇଁ ସ୍ଥିରକୃତ ହୋଇଛି । ଏହି ଧାନ କିଣା ପ୍ରକ୍ରିୟାରେ ଜିଲ୍ଲାର ୬୪ଟି ପେକ୍ସ ଓ ୩୬ଟି ମହିଳା ସ୍ବୟଂସହାୟକ ଗୋଷ୍ଠି ସାମିଲ ହୋଇଥିବା ବେଳେ ସମୁଦାୟ ୧୦୦ ଟି ପେକ୍ସ ଓ ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଛନ୍ତି ।ଚଳିତ ବର୍ଷ କ୍ବିଣ୍ଟାଲ ପ୍ରତି ଧାନର ମୂଲ୍ୟ ୨୦୪୦ଟଙ୍କା ରେ କିଣାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ, ଜିଲ୍ଲା ସମବାୟ ଅଧିକାରୀଙ୍କ ସମତେ ଜିଲ୍ଲାର ମିଲର୍ସ ଓ ଚାଷୀ ନେତାମାନେ ଯୋଗଦେଇଥିଲେ ।