କଂଗ୍ରେସ ସାଂସଦ ଓ ବିଧାୟକ ପ୍ରାର୍ଥୀ ଙ୍କୁ ଜିତାବାକୁ କର୍ମୀ ନେଲେ ବଜ୍ର ଶପଥ


ସମ୍ବଲପୁର/ଆଠମଲ୍ଲିକ:ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ଷୋଳପଦା ଅଞ୍ଚଳ ଠାକୁରଗଡ଼ ଶମ୍ଭୁବାବା ମଠ ଠାରେ ଆଜି କଂଗ୍ରେସ ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ବଲପୁର ଲୋକସଭା ସାଂସଦ ପ୍ରାର୍ଥୀ ନଗେନ୍ଦ୍ର କୁମାର ପ୍ରଧାନ ଓ ଆଠମଲ୍ଲିକ ବିଧାନସଭା ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ଚାଉଳୀଆ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମ ରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ସମସ୍ତ ପଞ୍ଚାୟତ ରୁ ପ୍ରାୟ ୫ ହଜାର ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଯୋଗଦେଇଥିଲେ I ଚଳିତ ୨୦୨୪ ନିର୍ବାଚନ ରେ ବିପୁଳ ସଂଖ୍ୟାରେ ହାତ ଚିହ୍ନ ରେ ଭୋଟ ଦେଇ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଙ୍କୁ ଜିତାବାକୁ କର୍ମୀ ମାନେ ବଜ୍ର ଶପଥ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଠାକୁରଗଡ଼ ପଞ୍ଚାୟତ ସଭାପତି ଅନାମ ଚରଣ ସ୍ବାଇଁ ଓ ଜିଲ୍ଲା ସମ୍ପାଦକ ଶତ୍ରୁଘ୍ନ ସାହୁ ପରିଚାଳନା କରିଥିଲେ ।