Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ବେଳାଭୂମି ସାହିତ୍ୟ ଓ ସାଂସ୍କୃତିକ ସଂସଦ ପକ୍ଷରୁ ୧୬ ତମ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ।

ଗୋପାଳପୁର ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ରବିବାର ଗୋପାଳପୁର ବେଳାଭୂମି ସାହିତ୍ୟ ଓ ସାଂସ୍କୃତିକ ସଂସଦ ପକ୍ଷରୁ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏଥିରେ ପ୍ରାୟ ୧୦୦ ଜଣ କବି କବୟିତ୍ରୀ ଯୋଗ ଦେଇ ନିଜ ନିଜ କବିତା ପାଠ କରିଥିଲେ।ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଵିବେକା ନନ୍ଦ ପାଣିଗ୍ରାହି,ମୁଖ୍ୟ ବକ୍ତା ଭାବେ ଡ଼ଃ ରାଜେନ୍ଦ୍ର କୁମାର ବେହେରା, ସମ୍ମାନୀତ ଅତିଥି ଭାବେ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଦେବୀ ପ୍ରସାଦ ସାହୁ, ସଂସଦର ସଭାପତି ସରୋଜ କାନ୍ତ ରଥ ,ସମ୍ପାଦକ ଧୀରେନ୍ଦ୍ର ନାଥ ସଭାପତି ମଞ୍ଚାସିନ ରହି ଯୋଗ ଦେଇ ଥିବା କବି କବୟିତ୍ରୀ ଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ବହୁ ଆଡମ୍ବର ରେ ପାଳନ କରିବା ପାଇଁ ସ୍ଥିର କରାଯାଇଛି। ଓଡ଼ିଆ ଭାଷା ଓ ସଂସ୍କୃତିକୁ ବଜାୟ ରଖିବାକୁ କହିଥିଲେ।ଜିଲ୍ଲା ବାହାରରୁ ୨୦ ଜଣ କବି ଓ କବୟିତ୍ରୀ ଯୋଗ ଦେଇଥିଲେ।ଏଥିରେ ୩୫ ଜଣ କବୟିତ୍ରୀ ଭାଗ ନେଇଥିଲେ।ଏହି ଅବସରରେ କଟକ ରୁ ଆସିଥିବା ଗାଳ୍ପିକ,ନାଟ୍ୟକାର ଓ ସାର୍ଥକ କବୟିତ୍ରୀ ସୁଶ୍ରୀ ସଂଯୁକ୍ତା ମହାନ୍ତି, ବେଲଗୁଣ୍ଠା ରୁ ଆସିଥିବା ଗୀତିକାର ମୋତିଲାଲ ପତି ଙ୍କୁ ଉପଢୌକନ ସହ ମାନ ପତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା।ଏହି ଅବସରରେ ଅବସରପ୍ରାପ୍ତ କେନ୍ଦ୍ରିୟ ବିଦ୍ୟାଳୟ ଶିକ୍ଷକ ଉପେନ୍ଦ୍ର ନାଥ ରଥଙ୍କ ଦ୍ଵାରା ଲିଖିତ ଦୁଇଟି ଇଂରାଜୀ ଲିଖିତ ପୁସ୍ତକକୁ ଉନ୍ମୋଚନ କରାଯାଇଥିଲା। ତାହା ସହ ଭାଗ ନେଇ ଥିବା ଙ୍କୁ ମଧ୍ୟ ଉପଢୌକନ ସହ ଉପହାର ଦେଇ ସମ୍ମାନୀତ କରାଯାଇଥିଲା।କୋଷାଧ୍ୟକ୍ଷ ବିନୋଦ କୁମାର ଦାଶ, ସଂଘଠକ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ପ୍ରଦୀପ କୁମାର ପଣ୍ଡା, ଅଶୋକ ପାଢ଼ୀ, ଉପଦେଷ୍ଟା ଇ.ହରିହର ସାହୁ,ଉପ ସଭାପତି ପଞ୍ଚୁ ବେହେରା,ପ୍ରଫୁଲ୍ଲ କୁମାର ଦାଶ, ସଂଯୁକ୍ତା ରଥ, ପ୍ରମୁଖ ସହଯୋଗ କରିଥିଲେ।