Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭାରସାମ୍ୟ ହରାଇ ଓଲଟିଲା କାର

ଝାରସୁଗୁଡା ୧୩/୫ (ଓଡ଼ିଶା.ନ୍ୟୁଜ) ଜାତୀୟ ରାଜପଥ ୪୯ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ମହାସିଂ ପେଟ୍ରୋଲ ପମ୍ପ ସମ୍ମୁଖରେ ଭାରସାମ୍ୟ ହରାଇ ଏକ କାର ଓଲଟି ପଡିଥିଲା । ଫଳରେ ଡ୍ରାଇଭର ସହ ଜଣେ ଯାତ୍ରୀ ସୌଭାଗ୍ୟ ବଶତଃ ରକ୍ଷା ପାଇ ଯାଇଥିଲେ ।
ସୂଚନା ମତେ ଆଜି ସକାଳ ପ୍ରାୟ ୧୦ ଟା ସମୟରେ ଛତିଶଗଡ଼ ରାୟଗଡ଼ ପଟୁ ଝାରସୁଗୁଡା ଅଭିମୁଖେ ଯାଉଥିବା ସିଜି-୧୨-ଏଜେଡ଼-୧୫୫୫ ନମ୍ବର ବିଶିଷ୍ଟ ଏକ ଆର୍ଟିକା କାର ଭାରସାମ୍ୟ ହରାଇ ମହାସିଂ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଖାଳରେ ପଶିଯାଇ ଓଲଟି ପଡିଥିଲା । ଉକ୍ତ କାର ଡ୍ରାଇଭର ଓ ଜଣେ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ବହୁ କଷ୍ଟରେ କାର ଭିତରୁ ଉଦ୍ଧାର କରିଥିଲେ । ମାତ୍ର ସେମାନଙ୍କ କୌଣସି କ୍ଷୟକ୍ଷତି ହୋଇ ନଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ ।

More Stories