ବାରାଣସୀରୁ ତୃତୀୟ ଥର ନାମାଙ୍କନ ପତ୍ର ଦାଖଲ କଲେ ମୋଦୀ, କାଳଭୈରବଙ୍କ ନେଲେ ଆଶୀର୍ବାଦ


ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ବାରାଣସୀ ଲୋକସଭା ସିଟରୁ ତୃତୀୟ ଥର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । ମୋଦୀଙ୍କ ନାମାଙ୍କନରେ ଏନଡିଏର ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସମସ୍ତ ବଡ ନେତା ସାମିଲ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ବାରାଣସୀ ଡିଏମ ଅଫିସ ପହଞ୍ଚିବା ସମୟରେ ତାଙ୍କ ଅପେକ୍ଷାରେ ଲୋକଙ୍କ ଭିଡ ଜମିଥିଲା । ସଭିଙ୍କ ଅଭିବାଦନ ଗ୍ରହଣ କରିଥିଲେ ମୋଦୀ । ଏହା ପୂର୍ବରୁ ବାରାଣସୀର ଦଶାଶ୍ୱମେଧ ଘାଟରେ ପୂଜାର୍ଚ୍ଚନା କରିଥିଲେ । ଏହି ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଅନେକ କେନ୍ଦ୍ର ମନ୍ତ୍ରୀ ଓ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ପରେ ବାରାଣସୀର କାଳ ଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ସେଠାରୁ କାରକେଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲା । ଡିଏମ ଅଫିସରେ ନାମାଙ୍କନ ଦାଖଲ ସମୟରେ ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀଙ୍କ ସହ ୪ ଜଣ ମୋଦୀଙ୍କ ପ୍ରସ୍ତାବକ ରହିଥିଲେ ।