ନୂଆଦିଲ୍ଲୀ: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ଜୟରାମ ରମେଶ । ଓଡିଶାରେ ନିର୍ବାଚନ କଂଗ୍ରେସ ଓ ବିଜେଡି ମଧ୍ୟରେ ହେଉଛି । କାରଣ ବିଜେପି ଓ ବିଜେଡି ଗୋଟିଏ ଦଳ । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ୫ଟି ପ୍ରଶ୍ନ କରିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା ।
ଜୟରାମ ରମେଶ କହିଛନ୍ତି, ବିଜେପିକୁ ବିଜେଡିର ସମର୍ଥନ ଏହା କଣ ଅସତ୍ୟ କି ? ଆପଣ ଶ୍ରମିକ, କୃଷୀ ବିରୋଧୀ ଆଇନକୁ ସମର୍ଥନ କରୁ ନାହାନ୍ତି କି ? ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଆଦିବାସୀଙ୍କ ବିକାଶ ଚାହୁଁଛନ୍ତି ତ ? ଆଦିବାସୀ ଜଙ୍ଗଲ ଅଧିକାର ଓ ପେଶା ଆଇନକୁ ସଂପୂର୍ଣ୍ଣ ଲାଗୁ କରୁ ନାହାନ୍ତି କାହିଁକି ? ଚିଟଫଣ୍ଡ, ମାଇନିଂ ଘୋଟାଲା ପାଇଁ ଏଭଳି ପନ୍ଦି କି ? ବିଜେଡି ସରକାର ନିଜର ଦୋଷ ଦୁର୍ବଳତା ଲୁଚାଇବା ପାଇଁ କେନ୍ଦ୍ରରେ ବିଜେପିକୁ ସମର୍ଥନ ଦେଉଛି । ତେବେ ଜୟରାମଙ୍କ ଏମିତି ହମଲାର ପ୍ରତିକ୍ରିୟା ଦେଇ ନାହିଁ ବିଜେଡି । ଏହା ପୂର୍ବରୁ ସାଲେପୁରରେ ପ୍ରଚାର ସଭାରେ ରାହୁଲ ଉଭୟ ମୋଦୀ ଓ ନବୀନ ସରକାରଙ୍କୁ ଶାଣିତ ସ୍ୱରରେ ହମଲା କରିଥିଲେ ।
ସଂପ୍ରତି ରାଜ୍ୟରେ ପ୍ରଚାର ଜୋରଦାର ଚାଲିଛି । ଏଥିରେ ବିଜେପି ଓ ବିଜେଡି ଆଗରେ ଥିବା ବେଳେ କଂଗ୍ରେସ ପଛରେ ପଡି ଯାଇଛି । ତେଣୁ ଓଡିଶାରେ କଂଗ୍ରେସର ପ୍ରଚାରକୁ ଆହୁରି ଗତି ଦେବାକୁ ୧୭ ତାରିଖରେ ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସେ କନ୍ଧମାଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଖଡଗେଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିର ଉତ୍ସାହିତ ହୋଇ ପଡିଛି । ତାଙ୍କ ଗସ୍ତକୁ ନେଇ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି ।