Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନ ୪ରେ ଇଣ୍ଡି ମେଣ୍ଟ ସରକାର ଗଠନ ହେବ, ବେରୋଜଗାର ଯୁବବର୍ଗଙ୍କୁ ମାସକୁ ୮୫୦୦ ଟଙ୍କା ମିଳିବ: ରାହୁଲ

ବଲାଙ୍ଗୀର: ବଲାଙ୍ଗିରରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ ଯୋଗ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ରର ବିଜେପି ସରକାରକୁ ଶାଣିତ ସ୍ୱରରେ ହମଲା କରିଛନ୍ତି । ଜୁନ ୪ ତାରିଖରେ ଏନଡିଏ ନୁହେଁ ଇଣ୍ଡି ମେଣ୍ଟ ସରକାର ଗଠନ ହେବ । ସେ କହିଛନ୍ତି, ପ୍ରଥମ ଥର କୌଣସି ଦଳ ଜିତିଲେ ସମ୍ବିଧାନ ବଦଳାଇ ଦେବ । କିନ୍ତୁ ଆମେ କହି ରଖୁଛୁ ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବ ନାହିଁ । ଆମେ ଜିତିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ ।

ରାହୁଲ କହିଛନ୍ତି, ବିଜେପି ସରକାର ୨୨ ଶିଳ୍ପପତିଙ୍କ ୧୬ ଲକ୍ଷ କୋଟି ଟଙ୍କାର ଋଣଛାଡ କରି ଦେଇଛନ୍ତି । ଦିଲ୍ଲୀରେ ସରକାରକୁ ୯୦ ଅଫିସର ଚଳାଉଛନ୍ତି । ହେଲେ ସେଥିରେ ମାତ୍ର ୩ ଜଣ ଅଫିସର ଦଳିତ । ଆମେ ଆସିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ । କୋଟିଏ ଲକ୍ଷପତି ସୃଷ୍ଟି କରିବୁ । ଏଥର ଜନତା ପରିବର୍ତ୍ତନ ଆଣିବେ । ଜୁନ ୪ରେ ଇଣ୍ଡି ମେଣ୍ଟ ସରକାର ଗଠନ ହେବ । ସରକାରକୁ ଆସିବା କ୍ଷଣି ଜାତି ଜନଗଣନା ହେବ । ସବୁ ବର୍ଗଙ୍କ ଗଣତି ହେବ ।

ରାହୁଲ କହିଛନ୍ତି ପ୍ରତି ପରିବାରର ଜଣେ ଜଣେ ମହିଳାଙ୍କୁ ଲକ୍ଷପତି କରାଯିବ । ଜୁଲାଇ ୪ ତାରିଖରେ ପ୍ରଥମ କିସ୍ତି ଭାବେ ମହିଳାଙ୍କ ଖାତାକୁ ୮୫୦୦ ଟଙ୍କା ଯିବ । ବର୍ଷକରେ ୧ ଲକ୍ଷ ଟଙ୍କା ପ୍ରତି ମହିଳାଙ୍କ ଖାତାକୁ ଯିବ । ଗୋଟିଏ ମହିଳାଙ୍କୁ ବର୍ଷକ ମଧ୍ୟରେ ଲକ୍ଷପତି କରି ଦିଆଯିବ । ସାରା ଦେଶରେ ବନ୍ଦ ପଡି÷ଥିବା କାରଖାନା ପୁଣି ଚାଲୁ କରାଯିବ । ଚାଷୀମାନଙ୍କ ଋଣଛାଡ କରାଯିବ ଏବଂ ଏମଏସପି ଗ୍ୟାରେଣ୍ଟଡି ଲାଗୁ କରାଯିବ । ଇଣ୍ଡି ମେଣ୍ଟ ସରକାର ମନରେଗା ମଜୁରୀ ୪୦୦ ଟଙ୍କା କରିବ । ବେରୋଜଗାର ଯୁବବର୍ଗଙ୍କୁ ବର୍ଷେ ଯାଏଁ ମାସିକ ୮୫୦୦ ଟଙ୍କା ମିଳିବ ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆସନ୍ତା ୧୬ତାରିଖରେ ଓଡ଼ିଶା ଆସିବେ। ସେ ଫୁଲବାଣୀ ଯାଇ ସେଠାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଏହାପରେ ଭୁବନେଶ୍ୱର ଫେରି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ