Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନବ ଦାସ ହତ୍ୟାକାଣ୍ଡରେ ମୋ ବାପାଙ୍କୁ ଫସାଇ ଦିଆଯାଇଛି, ରାଜନୈତିକ ଫାଇଦା ଉଠାଉଛନ୍ତି ଦୀପାଳି: ଗୋପାଳ ଦାସଙ୍କ ପୁଅ

ଭୁବନେଶ୍ୱର: ନିର୍ବାଚନ ସମୟରେ ପ୍ରଚାର ଜୋରଦାର ଚାଲିଥିବା ବେଳେ ଏହି ସମୟରେ ସାମ୍ନାକୁ ଆସିଛି ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପୁଅଙ୍କର ଏକ ଭିଡିଓ। ଯେଉଁଥିରେ ସେ ଆଣିଛନ୍ତି ସାଂଘାତିକ ଅଭିଯେୋଗ । ସେ କହିଛନ୍ତି, ମୋ ବାପା ଗୋପାଳକୃଷ୍ଣ ଦାସଙ୍କୁ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଫସାଇ ଦିଆଯାଇଛି। ନବଦାସ ହତ୍ୟା ଏକ ରାଜନୈତିକ ହତ୍ୟାକାଣ୍ଡ । ଆଉ ନବଦାସଙ୍କ ଝିଅ ଦୀପାଳି ଦାସ ଏହାର ରାଜନୈତିକ ଫାଇଦା ଉଠାଉଛନ୍ତି ବୋଲି ଜେଲରେ ଥିବା ଗୋପାଳ ଦାସଙ୍କ ପୁଅ କହିଛନ୍ତି ।

ଗୋପାଳଙ୍କ ପୁଅ ଏହା ମଧ୍ୟ କହିଛନ୍ତି ଯେହେତୁ ଦୀପାଳି ଦାସ ଭାଷଣରେ ନିଜ ବାପାଙ୍କୁ ସହିଦ କହିଛନ୍ତି ତେଣୁ ଏହା ଏକ ରାଜନୈତିକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେଉଛି। ନବ ଦାସଙ୍କର ଅନେକ ରାଜନୈତିକ ଓ ବ୍ୟାବସାୟିକ ଶତ୍ରୁ ଥିଲେ ବୋଲି ନବଙ୍କ ପତ୍ନୀ ଓ ପୁଅ ପୋଲିସକୁ ୧୬୧ ବୟାନ ଦେଇଛନ୍ତି। ଏ ଦିଗରେ କାହିଁକି ତଦନ୍ତ କରାଗଲାନି ବୋଲି ପ୍ରଶ୍ନ ଉଠାଇଛନ୍ତି ଗୋପାଳଙ୍କ ପୁଅ। ଏଥିସହ ନବଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ଗୋପାଳଙ୍କ ପୁଅ।

ବ୍ରଜରାଜ ନଗର ଗାନ୍ଧୀ ଛକରେ ଘଟିଥିବା ଏହି ଗୁଳିକାଣ୍ଡକୁ ପାଖାପାଖି ଦେଶ ବର୍ଷ ବିତି ଯାଇଛି । ହେଲେ ଏବେ ମଧ୍ୟ ଅନେକ ଅସମାହିତ ପ୍ରଶ୍ନ ରହିଛି, ଯାହାର ଉତ୍ତର କାହା ପାଖରେ ନାହିଁ । କାହିଁକି ନବଙ୍କୁ ଗୁଳି କରାଗଲା ? ଏହି ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ କଣ ? ଜବତ ଗୁଳି କୁଆଡେ ଗଲା ? ତଦନ୍ତ ପ୍ରକ୍ରିରୟା କେତେ ଦୂର ଗଲା ? କଣ ଗୋପାଳ ଏକ ମାତ୍ର ଦୋଷୀ ? ଏମିତି ଅନେକ ପ୍ରଶ୍ନ ଜନସାଧାରଣ ଲୋକଙ୍କ ମନରେ ଏବେ ବି ଉଙ୍କି ମାରୁଛି । ତେବେ ସବୁଠୁ ବଡ କଥା ନବ ଦାସଙ୍କ ପରିବାର ଏହି ମାମଲାରେ ପୁରା ନିବର ରହିଛନ୍ତି । ନବଙ୍କ ଝିଅ ତଥା ଝାରସୁଗୁଡାର ବିଧାୟିକା ଦୀପାଳି ଦାସ ମଧ୍ୟ ଚୁପ୍ ।

ସୂଚନାଯୋଗ୍ୟ, ଗତ ବର୍ଷ ଜାନୁଆରୀ ୩୦ ତାରିଖରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ସମୟରେ ବ୍ରଜରାଜ ନଗର ଗାନ୍ଧୀ ଛକରେ ଗାଡିରୁ ଓହ୍ଲାଇବା ସମୟରେ ନବଦାସଙ୍କ ଉପରେ ଗୁଳିମାଡ ହୋଇଥିଲା । ଆଉ ଦିବଙ୍ଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ସେଠାରେ ଟଳି ପଡିଥିଲେ । ତାଙ୍କୁ ତୁରନ୍ତ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତେବେ ଉନ୍ନତ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଜରିଆରେ ଭୁବନେଶ୍ୱର ଆପୋଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାରେ ପୋଲିସ ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରିଥିଲା । ମାମଲାର କ୍ରାଇମବ୍ରାଂଚ ତଦନ୍ତ କରିଥିଲା । ଆଉ ଏବେ ଚୌଦ୍ୱାର ଜେଲରେ ଗୋପାଳ ବନ୍ଦୀ ଅଛନ୍ତି ।