Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡାରି ରେ ମିଶନ ଶକ୍ତି ସଭାଗୃହ ଶୁଭ ଉଦ୍ଘାଟନ

ଗୁଡାରି, ରବିବାର ଦିନ ମାନ୍ୟବର ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଦ୍ବାରା ମିଶନ ଶକ୍ତି ସଭାଗୃହ ର ସୁଭଉଦ୍ଘାଟନ ହୋଇ ଯାଇଛି। ରାଜ୍ୟ ସରକାର ମହିଳାମାନଙ୍କୁ ରାଜ୍ୟରେ ସ୍ଵାବଲମ୍ବି କରିବାପାଇଁ ପ୍ରୟାସ ଜାରି ରଖିଛନ୍ତି।ଏହି ପ୍ରୟାସ ଆଜି ଆମ ଓଡିଶାରେ ମିଶନ ଶକ୍ତି ମାଧ୍ୟମରେ ସଫଳ ହୋଇଛି । ପରବର୍ତ୍ତୀ ସମୟରେ ଏହି ମିଶନ ଶକ୍ତି ମାଧ୍ଯମରେ ହଜାର ହଜାର ମହିଳା ଉନ୍ନତିର ସିର୍ଶରେ ପହଞ୍ଝପାରିଛନ୍ତି
। ଏଣୁ ନାରୀମାନଙ୍କ ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ପ୍ରାୟ ପଚାଶ ଲକ୍ଷ ଟଙ୍କା ବ୍ୟୟରେ ଗୁଡାରୀ ଠାରେ ମିଶନ ଶକ୍ତି କାର୍ଯ୍ୟାଳୟ ନିର୍ମାଣ ହୋଇଛି।ରବିବାର ଦିନ ବହୁ ଆଡମ୍ବରରେ ମିଶନ ଶକ୍ତି କାର୍ଯ୍ୟାଳୟର ଶୁଭ ଉଦଘାଟନ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଗୁଡାରି ଅଞ୍ଚଳ ର ଆଦିବାସି ଝିଅ ମାନଙ୍କ ନୃତ୍ୟ ସାଙ୍ଗକୁ ବାଜା ବାଜଣାସାଙ୍ଗକୁ ଶଙ୍ଖ ଧ୍ୱନି ରେ ସମସ୍ତ ଅତିଥିମାନଙ୍କୁ ନାରୀ ସଂଘର ମାଁ ମାନେ ପାଛୋଟି ନେଇଥିଲେ । ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଶ୍ରୀଜଗନ୍ନାଥ ସାରକା ମିସଂଶକ୍ତି ସଭା ଗୃହକୁ ରିବନ କାଟି ସୁଭଉଦ୍ଘାଟନ କରିଥିବା ବେଳେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ରାୟଗଡା ବିଧାୟକ ମକରନ୍ଦ ମୂହୁଲି ଜିଲ୍ଲା ବିଜେଡି ସଭାପତି ତଥା BSKYଉପଦେଷ୍ଟା ସୁଧିର ଦାସ ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନୁଚ୍ଛାୟା ମାଝି,ଜିଲା ସାଧାରଣ ସଂପାଦକ ଗଗନ ଆଚାର୍ଯ୍ୟ, ଜିଲ୍ଲାଯୁବ ସଭାପତି ପିଙ୍କୁ ପଣ୍ଡା, ଜିଲ୍ଲା ବିଜେଡି ୟୁତ୍ ଉପ ସଭାପତି କେଦାର ସାହୁ ,ଏବଂ ନଗର ବିଜୁ ଜନତା ଦଳ ସଭାପତି ସନ୍ତୋଷ ମହାନ୍ତି , ଏନ ଏ ସି ଚେୟାର ପର୍ଶନ ଶ୍ରୀମତି ସରମିତା ଶବର, ସଂଗଠକ ସୁବାଷ ଗୌଡ଼ ,ଗୁଡାରୀ ବିଜେଡି ନଗର ସଭାପତି ଅଶୋକ ପାତ୍ର, କୋଷାଧ୍ୟକ୍ଷ ଏମ.ପ୍ରସାଦ ବାବୁ, ସମସ୍ତ ସରପଞ୍ଚ,ସମିତି ସଭ୍ୟ ଓ ବ୍ଲକ ଅଧଖ୍ୟା ଲକ୍ଷ୍ମୀ ଶବର ଉପସ୍ଥିତ ରହି ମିଶନ ଶକ୍ତି କାର୍ଯ୍ୟାଳୟ ଶୁଭ ଉଦଘାଟନ କରାଯାଇଥିଲା । ରାଜ୍ୟରେ ନାରୀ ଶକ୍ତିର ସମୃଦ୍ଧି କିପରି ଆହୁରି ଉନ୍ନତି ହୋଇପାରିବେ ସେ ବିଷୟରେ ମଞ୍ଚାସିନ ଅତିଥିମାନେ ନିଜ ନିଜର ମତ ବ୍ୟକ୍ତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ