ନିର୍ବାଚନ ପୂର୍ବରୁ ରାଜ୍ୟରେ ୧୭ କୋଟି ୧୮ ଲକ୍ଷ ନଗଦ ଟଙ୍କା ଜବତ, ବରଗଡରୁ ସବୁଠୁ ଅଧିକ


ଭୁବନେଶ୍ୱର: ନିର୍ବାଚନକୁ ଯେମିତି ସ୍ୱଚ୍ଛ ଓ ନିରପେକ୍ଷ କରାଯାଇ ପାରିବ ସେ ଦିଗରେ ନିର୍ବାଚନ ଆୟୋଗ ପକ୍ଷରୁ ଯଥା ସମ୍ଭବ ଉଦ୍ୟମ କରାଯାଇଛି । ତେଣୁ ରାଜ୍ୟରେ ଧରପଗଡ ଜାରି ରହିଛି । ନିର୍ବାଚନ ପୂର୍ବରୁ ରାଜ୍ୟରେ ୧୭ କୋଟି ୧୮ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି । ଶନିବାର ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ।

ସିଇଓ କହିଛନ୍ତି ଏହି ସମୟରେ ୩୧ ଲକ୍ଷ ଲିଟର ମଦ, ୭୩ କୋଟିର ବ୍ରାଉନସୁଗାର ଓ ଗଞ୍ଜେଇ ଜବତ ହୋଇଛି । ୧୪ କୋଟି ୩୫ ଲକ୍ଷର କେବଳ ସୁନାଗହଣା ଜବତ ହୋଇଛି । ମୋଟ୍ ଜବତ ଜିନିଷର ମୂଲ୍ୟ ୨୫୪ କୋଟି ହେବ । ସବୁଠୁ ଅଧିକ ବରଗଡରୁ ୧ କୋଟି ୨୬ ଲକ୍ଷ ଓ ସୁନ୍ଦରଗଡରୁ ୪୦ ଲକ୍ଷ କ୍ୟାସ୍ ଜବତ ହୋଇଛି । ସେହିପରି ବଲାଙ୍ଗୀରରୁ ୩୫ ଲକ୍ଷ, କନ୍ଧମାଳରୁ ୩୬ ଲକ୍ଷ, ଆସ୍କାରୁ ୧୩ ଲକ୍ଷ ଜବତ କରାଯାଇଛି ।