Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚଗାଁରେ ବିଜେପିର ବିଜୟ ସଂକଳ୍ପ ସମାବେଶ

ଝାରସୁଗୁଡା ୧୮/୫ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଖନପୁର ବ୍ଲକ ଜିଲ୍ଲା ପରିଷଦ ଜୋନ-୧ ପଞ୍ଚଗାଁ ପଞ୍ଚାୟତ ସ୍ଥିତ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଆଜି ବିଜେପି ପକ୍ଷରୁ ଏକ ବିଜୟ ସଂକଳ୍ପ ସମାବେଶ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଅର୍ଥମନ୍ତ୍ରୀ ଓ.ପି.ଚୌଧୁରୀ,ରାୟପୁର ବିଧାୟକ ପୁରନ୍ଦର ମିଶ୍ର, ବରଗଡ଼ ପୂର୍ବତନ ସାଂସଦ ପ୍ରଭାସ ସିଂହ, ଛତିଶଗଡ଼ ଜଗଦଲପୁର ବିଧାୟକ ତଥା ଛତିଶଗଡ଼ ବିଜେପି ଦଳର ପ୍ରଦେଶ ଅଧ୍ୟକ୍ଷ କିରଣ ସିଂହ ଦେଓ, ବ୍ରଜରାଜନଗର ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ, ଜିଲ୍ଲା ଉପ ସଭାପତି ସଞ୍ଜୟ ସିଂହ,ପୂର୍ବତନ ଜିଲ୍ଲା ସଭାପତି ମଙ୍ଗଳ ସାହୁ, ଛତିଶଗଡ଼ ମହାସମୁନ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷା ଉଷା ପଟେଲ ଯୋଗଦେଇ ବିଜେପି ଦଳର ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ ଓ ବରଗଡ଼ ଲୋକ ସଭା ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଲୋକଙ୍କୁ ନିବେଦନ କରିବା ସହିତ ବିଜେଡି ସରକାରକୁ ତୀବ୍ର ସମାଲୋଚନା କରିଥିଲେ ।
ଏହି ଅବସରରେ କନକତୋରା, ପିଥିଣ୍ଡା ଓ ପଞ୍ଚଗାଁ ପଞ୍ଚାୟତର ବିଭିନ୍ନ ଦଳର ଶତାଧିକ କର୍ମୀ ବିଜେପି ଦଳରେ ସାମିଲ ହୋଇଥିଲେ । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ସଂଯୋଜକ ଚକାନନ ସା ମଞ୍ଚ ସଞ୍ଚାଳନ କରିଥିବା ବେଳେ ପଞ୍ଚଗାଁ ମଣ୍ଡଳ ସଭାପତି ହେମକୁମାର ପଧାନଙ୍କ ସମେତ କନକତୋରା ସରପଞ୍ଚ ସୁଶାନ୍ତ ଚଇନି, ମଚିଦା ସରପଞ୍ଚ ସଂଯୁକ୍ତା ବେହେରା, ଲଖନପୁର ସରପଞ୍ଚ ଆରତୀ ପଧାନ, ସୁଦାମ ପଧାନ, କୃଷକ ମୋର୍ଚ୍ଚା ସଭାପତି ଦ୍ଵିତୀୟ ଭୋଇ,ସୁରେନ୍ଦ୍ର ସାହୁ, ପ୍ରେମାନନ୍ଦ ପଟେଲ, ସଂଜୀବ ଖମାରୀ,ନରେନ୍ଦ୍ର ନାଥ, ମଧୁସୂଦନ ମେହେର, ସମ୍ରାଟ ମେହେର,ଦୟା ମେହେର ତଥା ପଡ଼ୋଶୀ ଛତିଶଗଡ଼ର ବିଜେପି ଦଳର ପ୍ରମୂଖ କାର୍ଯ୍ୟକର୍ତ୍ତା ଯୋଗଦାନ କରି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଜେପି ସାଧାରଣ ସମ୍ପାଦକ ହାରାଚାନ୍ଦ ଗଡତିଆ ଧନ୍ୟବାଦ ଅର୍ପଣ କରିଥିଲେ । ଲଖନପୁର ବ୍ଲକ ଜିଲ୍ଲା ପରିଷଦ ଜୋନ-୧ ର ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଦଳୀୟ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ