Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିରେ ମିଶିଲେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, ଆଜି ସକାଳେ ବିଜେଡି ଛାଡିଥିଲେ

ଭୁବନେଶ୍ୱର: ନିର୍ବାଚନ ଚାଲିଥିବା ବେଳେ ବିଜେଡିକୁ ଲାଗିଛି ଶକ୍ତ ଝଟକା ।ଯାହା ପୂର୍ବାନୁମାନ କରାଯାଉଥିଲା ଶେଷରେ ତାହା ହିଁ ଘଟିଛି । ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ । ରାଜଧାନୀ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ ଓ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି । ସମୀରଙ୍କ ସହ ତାଙ୍କର ଅନେକ କର୍ମୀ ମଧ୍ୟ ବିଜେପିରେ ମିଶିଛନ୍ତି । ନିମାପଡା ସିଟରୁ ଟିକେଟ୍ କଟିବା ଏବଂ ତାଙ୍କର ଆବେଦନ ଉପରେ ପୁନର୍ବିଚାର ନ ହେବା ପରେ ସମୀର ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ବିଳମ୍ବ ହେଲେ ସୁଦ୍ଧା ସେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ବିଜେଡିରୁ ଇସ୍ତଫା ଦେବା ପରେ ସମୀର କହିଥିଲେ ୨୦୦୬ରୁ ସେ ନିଷ୍ଠାର ସହ ଦଳ ପାଇଁ କାମ କରିଆସୁଥିଲେ। ତଥାପି ଦଳ ତାଙ୍କ ଉପରେ ଭରସା କଲାନି। ତାଙ୍କ ଉପରୁ ଦଳ ଆସ୍ଥା ହରାଇଥିବାରୁ ଆଉ ଦଳରେ ରହିବାକୁ ସେ ସମିଚୀନ ମନେ କରୁନାହାଁନ୍ତି ବରଂ ଦଳ ଛାଡ଼ିବାକୁ ଉଚିତ ମନେ କରିଛନ୍ତି। ଏହାସହ ସେ ନିଜେ ମଧ୍ୟ ନିମାପଡ଼ା , ଗୋପ ବିଜେଡିରୁ ଆସ୍ଥା ହରାଇବା ପରେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି ।

ନିମାପଡ଼ାରୁ ସମୀର ରଞ୍ଜନ ଦାଶ ଲଗାତାର ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସମୀର ୨୦୦୯, ୨୦୧୪ ଓ ୨୦୧୯ ମସିହାରେ କ୍ରମାଗତ ତିନି ଧତର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ଏଥର ବିଜେଡି ତାଙ୍କୁ ଟିକେଟ୍ ଦେଇନଥିଲା । ଏହାକୁ ନେଇ ସେ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ପୁନର୍ବିଚାର ପାଇଁ ଦଳକୁ ଏପ୍ରିଲ ୩୦ ଯାଏଁ ସମୟ ଦେଇଥିଲ । କିନ୍ତୁ ଏହି ସମୟ ମଧ୍ୟରେ ବି ଦଳ କିଛି ପଦକ୍ଷେପ ନନେବାରୁ ସେ ନିଜ ଅଞ୍ଚଳରେ ସଭା କରିବା ସହ ନିଜ ସମର୍ଥକଙ୍କ ସହ ଦଳ ଛାଡ଼ିବାକୁ ଘୋଷଣା କରିଥିଲେ।

ସମୀରଙ୍କ ପରି ବରିଷ୍ଠ ନେତା ବିଜେପିରେ ମିଶିବା ବିଜେଡିକୁ ଶକ୍ତ ଝଟକା ଲାଗିଛି । କାରଣ କେବଳ ନିମାପଡା ନୁହେଁ, କାକଟପୁରରେ ମଧ୍ୟ ସମୀରଙ୍କ ଦବଦବା ରହିଛି । ସେଠି ତାଙ୍କର ସଂଗଠନ ମଧ୍ୟ ବେଶ ମଜବୁତ ରହିଛି । ସେଥିପାଇଁ ବିଜେଡିରୁ ଟିକେଟ୍ ନ ମିଳିବା ପରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢନ୍ତୁ ବୋଲି ତାଙ୍କର କର୍ମୀ ଓ ସମର୍ଥକ ଦାବି କରୁଥିଲ । ଏବେ ଏହି ସବୁ ଅଞ୍ଚଳରେ ବିଜେଡିକୁ ମୁସ୍କିଲରେ ପକାଇ ପାରନ୍ତି ସମୀର । ଏମିତି ହେଲେ ଜଗତସିଂହପୁର ଲୋକସଭା ସିଟକୁ ବିଜେଡି ହରାଇପାରେ ବୋଲି କୁହାଯାଉଛି । ସମୀରଙ୍କ ସମର୍ଥକ ଏବଂ ସମୀରଙ୍କ ଏମିତି ଆଭିମୁଖ୍ୟ ବିଜେଡିକୁ ଅକଳରେ ପକାଇପାରେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ