Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜଗନ୍ନାଥ ଓ ମୋଦିଙ୍କୁ ନେଇ ମନ୍ତବ୍ୟ ପାଇଁ ଭୁଲ ମାଗିଲେ ସମ୍ବିତ, କହିଲେ- ୩ ଦିନ ଉପବାସ ରହିବେ

ପୁରୀ: ମହାପ୍ରଭୁ ଜଗନ୍ନାଥ ଓ ମୋଦିଙ୍କ ସମ୍ପର୍କିତ ମନ୍ତବ୍ୟ ପରେ ଭୁଲ ସ୍ବୀକାର କଲେ ପୁରୀ ଲୋକସଭା ଆସନ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର । ଏହାସହ ୩ ଦିନ ପାଇଁ ଉପବାସ କରିବେ । ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ପରେ ସଫେଇ ରଖିଛନ୍ତି ସମ୍ବିତ ।

ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସମ୍ବିତ ପାତ୍ର କହିଛନ୍ତି, ଭୁଲ ବଶତଃ ଉଚ୍ଚାରଣ ହୋଇଥିଲା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦୀ ବୋଲି କହିବା ବଦଳରେ ମୋଦୀଙ୍କ ଭକ୍ତ ଜଗନ୍ନାଥ ବୋଲି ଉଚ୍ଚାରଣ କରିଥିଲେ । ଏହାକୁ ନେଇ ରାଜନୀତି କରିବା ଅନୁଚିତ । ସେ ଆହୁରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ସମୟରେ ପୁରୀ ବଡଦାଣ୍ଡରେ ଜନଗହଳି ଥିଲା । ସେହି ସମୟରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେବା ବେଳେ ଭୁଲରେ ଏଭଳି କହିଦେଲି ।