Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନଏଚ-୪୯ ରେ ପୃଥକ ପୃଥକ ଦୁଇ ଦୁର୍ଘଟଣା

ଝାରସୁଗୁଡା ୨୨/୫ (ଓଡ଼ିଶା ନ୍ୟୁଜ) ଏନ ଏଚ-୪୯ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ ମଙ୍ଗଳବାର ଦିନ ପୃଥକ ପୃଥକ ଦୁଇଟି ଦୁର୍ଘଟଣା ଘଟିଥିଲା । ଗୋବିନ୍ଦପୁର ଟୋଲଗେଟ ନିକଟରେ ଜଣେ ବାଇକ ଚାଳକ ଏକ ଟ୍ରକକୁ ପଛପଟୁ ଧକ୍କାମାରି ଗୁରୁତର ଆହତ ହୋଇଥିବା ବେଳେ ପଞ୍ଚଗାଁ ଛକ ସାର ଭାଇ ଚା ଷ୍ଟଲ ସମ୍ମୁଖରେ ଜଣେ ବାଇକ ଚାଳକ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ଆହତ ହୋଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ ଲଖନପୁର ଥାନା ଅନ୍ତର୍ଗତ ବାଘମୁଣ୍ଡା ଗ୍ରାମର କୃଷ୍ଣଚନ୍ଦ୍ର ଭୋଇ (୨୧) ଓଆର ୨୩ ଏ ୭୪୯୧ ସୁପର ସ୍ପେଲେଣ୍ଡର ବାଇକରେ କୌଣସି କାମରେ ପଞ୍ଚଗାଁ ପଟେ ଯାଉଥିଲେ । କିନ୍ତୁ ତାଙ୍କ ଆଗରେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ଗୋବିନ୍ଦପୁର ଟୋଲଗେଟ ନିକଟରେ ଦିଆ ଯାଇଥିବା ଗତି ଅବରୋଧ ରେ ହଠାତ ବ୍ରେକ ଦେବାରୁ ଟ୍ରକ ପଛପଟେ ସେ ବାଇକ ସହ ପିଟି ହୋଇଥିଲେ । ଫଳରେ ତାଙ୍କ ମୁଣ୍ଡ, ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଶକ୍ତ ଆଘାତ ଲାଗି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏନଏଚଏଆଇ ବିଭାଗ ର ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିଲା । ଦୁର୍ଘଟଣା ପରେ ଉକ୍ତ ଟ୍ରକ ଟି ଫେରାର ହୋଇ ଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ ।
ସେହିପରି ପଞ୍ଚଗାଁ ଛକରେ ମଧ୍ୟ ଜଣେ ବାଇକ ଚାଳକ ଏକ ଚଳନ୍ତା ଟ୍ରକ ସମ୍ମୁଖକୁ ଚାଲି ଆସିଥିଲେ । ଯାହା ଫଳରେ ବାଇକଟି ଟ୍ରକ ଆଗପଟେ ଚାପି ହୋଇ ଯାଇଥିବା ବେଳେ ବାଇକ ଚାଳକ ଜଣକ ଛିଟିକି ପଡ଼ି ଆହତ ହୋଇଥିବା ଜଣା ପଡ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ