Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡିର ଅସଲ ମୁଖା ଖୋଲିଛି ନୀତି ଆୟୋଗଙ୍କ ରିପୋର୍ଟ, ଜାଣନ୍ତୁ କେଉଁ କ୍ଷେତ୍ରରେ ଓଡିଶା କେତେ ନମ୍ବରରେ ଅଛି: ବିଜେପି

ଭୁବନେଶ୍ବର: ସବୁ କ୍ଷେତ୍ରରେ ପଛରେ ଓଡ଼ିଶା ହେଲେ ମିଛ ତଥ୍ୟ ଧରି ବିଜେଡି କହୁଛି ଓଡ଼ିଶା ଏକ ନମ୍ବର। ନବୀନ ପଟ୍ଟନାୟକ ଏକ ନମ୍ବର। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗଙ୍କ ତଥ୍ୟ ରଖି ବିଜେଡି ସରକାରକୁ ଟାର୍ଗେଟ୍ କରିଛି ବିଜେପି । ସ୍ୱାସ୍ଥ୍ୟ କ୍ଷେତ୍ରଠୁ ଧରି ବେରୋଜଗାର, ପର୍ଯ୍ୟଟନଠୁ ଧରି କୃଷି ସବୁ କ୍ଷେତ୍ରରେ ଭାରତରେ ଓଡିଶା କେତେ ନମ୍ବରରେ ଅଛି ତାହା କହିଛି ବିଜେପି ।

ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି, ନୀତି ଆୟୋଗ ରିପୋର୍ଟ କହୁଛି ସ୍ୱାସ୍ଥ୍ୟ ସୂଚକାଙ୍କରେ ଓଡ଼ିଶା ୧୪ ନମ୍ବରରେ ରହିଛି । ସାମାଜିକ କ୍ଷେତ୍ରରେ ଓଡ଼ିଶା ୩୨ ନମ୍ବର ରାଜ୍ୟ। ସହରାଞ୍ଚଳ ବିକାଶରେ ନୀତି ଆୟୋଗ ରିପୋର୍ଟରେ ଓଡ଼ିଶାର କୌଣସି ସହର ବି ନାହିଁ। ଇଜ ଅଫ ଡୁଇଂ ବିଜିନେସରେ ୨୯ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ରପ୍ତାନି କ୍ଷେତ୍ରରେ ୧୬ ନମ୍ବରରେ। ପର୍ଯ୍ୟଟନ କ୍ଷେତ୍ରରେ ଘରୋଇ ଓଡ଼ିଶା ୨୧ ନମ୍ବରରେ। ପ୍ରତି ବର୍ଷ ମାତ୍ର ୨୨ ହଜାର ପର‌୍ୟ୍ୟଟକ ଓଡ଼ିଶା ଆସୁଛନ୍ତି। ଏଣେ ଜଳ ସମ୍ପଦ ସୁପରିଚାଳନାରେ ୧୭ଟି ରାଜ୍ୟରୁ ଓଡ଼ିଶା ୧୪ ନମ୍ବରରେ। ଅକ୍ଷୟ ଶକ୍ତିରେ ଓଡ଼ିଶା ୧୪ ନମ୍ବରରେ। ଚାଷୀ ଆୟରେ ତଳ ଆଡ଼ୁ ୨ ନମ୍ବରରେ ଓଡ଼ିଶା। ରାଜ୍ୟରେ ୪୮ ପ୍ରତିଶତ ଆଦିବାସୀ ନିରକ୍ଷର।

କେବଳ ଏତିକି ନୁହେଁ ବେରୋଜଗାରିରେ ଓଡ଼ିଶା ଏକ ନମ୍ବର। ଦରଦାମ ବୃଦ୍ଧି ନେଇ ଓଡ଼ିଶାରେ ମୁଦ୍ରାସ୍ପୀତି ହାର ସର୍ବାଧିକ। ୪୧ ପ୍ରତିଶତ ଯୁବକଙ୍କ ପାଇଁ ଚାକିରି ନାହିଁ। ସଫ୍ଟଓୟାର ହବ ଓଡ଼ିଶା ବୋଲି କହୁଛି ବିଜେଡି ସରକାର, ହେଲେ ଦେଶରେ ୨ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେଉଥିବା ବେଳେ ଓଡ଼ିଶା ମାତ୍ର ୫ ହଜାର କୋଟିର କାରବାର କରୁଛି। ଚିନି ଉତ୍ପାଦନରେ ଓଡ଼ିଶା ପ୍ରଥମ ୧୫ଟି ରାଜ୍ୟ ଭିତରର ଆସୁନାହିଁ।

ମିଲେଟ ମିଶନରେ ଦୁଇ ହଜାର କୋଟି ହୋଇଛି, କିନ୍ତୁ ମିଲେଟ ଉତ୍ପାଦନରେ ଛୋଟ ରାଜ୍ୟ ଆଗରେ ହେଲେ ଏବେ ବି ଓଡ଼ିଶା ପଛରେ। ବିଦେଶ ପୁଞ୍ଜି ନିବେଶରେ ୧୯ ନମ୍ବରରେ ଅଛି ଓଡ଼ିଶା। ବିଜେଡି ବିକାଶର ଚିତ୍ର ମିଥ୍ୟା ତଥ୍ୟ ଉପରେ ଆଧାରିତ। ମାତୃ ଶିଶୁ ମୃତ୍ୟ ହାରରେ ଜାତୀୟ ଆଭରେଜଠୁ ପଛରେ। ଡ୍ରପ ଆଉଟ ହାର ରାଜ୍ୟରେ ୫୦ ପ୍ରତିଶତ ବୋଲି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ