Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୧୦ ମିନିଟ୍ ପାଇଁ ପାଣ୍ଡିଆନଙ୍କୁ ବାହାରେ ରଖି ମୁଖ୍ୟମନ୍ତ୍ରୀ କଥା ହୁଅନ୍ତୁ, ସବୁ ଜଣା ପଡିବ: ହିମନ୍ତ ବିଶ୍ୱଶର୍ମା

ସମ୍ବଲପୁର: ସମ୍ବଲପୁରରେ ମା ସମଲେଇଙ୍କ ଦର୍ଶନ ପରେ ବିଜେଡି ଉପରେ ବର୍ଷିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ସାଂଘାତିକ ଭାବେ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଏଥର ଓଡିଆ ଅସ୍ମିତା ଓ ସ୍ୱାଭିମାନକୁ ନେଇ ନିର୍ବାଚନ ଲଢା ଯାଉଛି । ଏଠି ଯେଉଁ ୫ଟି କଥା କୁହାଯାଉଛି, ବାସ୍ତବରେ ଟି ଅର୍ଥ ହେଉଛି ତାମିଲନାଡୁ । ଏ ସରକାର ଓଡିଶାର ସଂପତ୍ତିକୁ ଆଉଟସୋର୍ସ କରୁଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ଲୁଚାଇକି ରଖିଛନ୍ତି ।

ସେ କହିଛନ୍ତି, ଓଡିଶାରେ ପାଣ୍ଡିଆନଙ୍କ ବିନା ସରକାରରେ କେହି ଦିଶୁ ନାହାନ୍ତି । ଏଠି ମୁଖ୍ୟମନ୍ତ୍ରୀ କେହି ନାହାନ୍ତି । ପାଣ୍ଡିଆନ ସବୁ କବଜା କରି ନେଇଛନ୍ତି । ନବୀନ ବାବୁଙ୍କୁ ବନ୍ଦୀ କରି ରଖାଯାଇଛି । ତାଙ୍କୁ କ୍ୟାପଚର କରି ଦିଆଯାଇଛି । ଏଠି ମୁଖ୍ୟମନ୍ତ୍ରୀ କିପରି ଅଛନ୍ତି କେହି ଜାଣି ପାରୁ ନାହାନ୍ତି । ପାଣ୍ଡିଆନ ଯାହା ଲେଖି କି ଦେଉଛନ୍ତି ତାହାକୁ ପଢୁଛନ୍ତି । ୧୦ ମିନିଟ୍ ପାଇଁ ପାଣ୍ଡିଆନଙ୍କୁ ବାହାରେ ରଖି କଥା ହେଲେ ସତ ଜଣା ପଡିବ ।

ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ ଏକଲା କଥା ହୋଇ ପାରୁ ନାହାନ୍ତି । ହାଇକୋର୍ଟ ଜଜ୍ କିମ୍ବା ବରିଷ୍ଠ ନାଗରିକ ଯାଇ କଥା ହେଲେ ସ୍ପଷ୍ଟ ହେବ । ପାଣ୍ଡିଆନଙ୍କୁ ହଟାଇ ଆମକୁ ଓଡିଶାର ମୁଖ୍ୟମନ୍ତ୍ରୀ ବାଛିବାକୁ ହେବ । ୧୧ ତାରିଖରେ ପାଣ୍ଡିଆନ ତାମିଲନାଡୁ ଚାଲିଗଲେ ବହୁତ କିଛି ଜଣା ପଡିବ ।
ହିମନ୍ତ କହିଛନ୍ତି ନିର୍ବାଚନ ହାରିଲେ ବିଜେଡି ଗୋଟିଏ ଦିନରେ ଭାଙ୍ଗିଯିବ । ଯେଉଁମାନଙ୍କର ଆତ୍ମ ସମ୍ମାନ ରହିଛି ସେମାନେ ବିଜେଡିରେ ରହିବେ ନାହିଁ । ମୁଁ ଜଣେ ମୁଖ୍ୟମନ୍ତ୍ରୀ କାହାରି ସାହାସ ନାହିଁ ମୋ ମାଇକ ଧରି ମୋତେ କୁହାଇବାକୁ । ହିମନ୍ତଙ୍କ ଏହି ଆରୋପ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି ।

ପ୍ରାୟ ୧୦ ବର୍ଷ ହେବ ନବୀନ ବାବୁ ଯେକୌଣସି ସ୍ଥାନକୁ ଯାଉଛନ୍ତି ତାଙ୍କ ପାଖେପାଖେ ପାଣ୍ଡିଆନ ରହୁଛନ୍ତି। ଏକ ସାମ୍ବିଧାନିକ ପଦରେ ରହି ମଧ୍ୟ ସବୁଠି ନବୀନ ବାବୁ କେବଳ ଓକେ ହିଁ କହୁଛନ୍ତି । ଦେଶର ଏକମାତ୍ର ମୁଖ୍ୟମନ୍ତ୍ରୀ ଯିଏ ଏକଲା କଥା ହୁଅନ୍ତି ନାହିଁ। ଏପରି ସ୍ଥିତିରେ ନବୀନ ବାବୁ ଠିକ୍ ଥିଲେ ଆମେ ଖୁସି। ମାତ୍ର ସେ ଠିକ୍ ଅଛନ୍ତି କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି।

ନବୀନ ବାବୁଙ୍କୁ ଓଡ଼ିଶା ଗଣମାଧ୍ୟମ ସହ ପାଣ୍ଡିଆନଙ୍କ ବିନା ଏକୁଟିଆ ଅଧ ଘଣ୍ଟା କଥା ହେବା ଉଚିତ। ଏଥିନିମନ୍ତେ ପାଣ୍ଡିଆନଙ୍କୁ ଅନୁରୋଧ କରୁଛି ବୋଲି କହିଛନ୍ତି ହିମନ୍ତ ବିଶ୍ୱଶର୍ମା। ଆଜି ସମ୍ବଲପୁର, କେନ୍ଦୁଝର ଓ କଟକ ସଂସଦୀୟ କ୍ଷେତ୍ରରେ ମାରାଥନ୍ ପ୍ରଚାର କରିବେ ହିମନ୍ତ ବିଶ୍ୱଶର୍ମା।