Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନୂତନ ଆଞ୍ଚଳିକ ବିଦ୍ୟୁତ ସଂଗ୍ରାମ ସମିତି କମିଟି ଗଠିତ

ଝାରସୁଗୁଡା ୨୭/୫ (ଓଡ଼ିଶା ନ୍ୟୁଜ) ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଯୋଗୁଁ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଲାଗି ରହିଛି । ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିବା ବେଳେ ଅଞ୍ଚଳରେ ଅଘୋଷିତ ଘନ ଘନ ବିଦ୍ୟୁତ କାଟ ଲୋକଙ୍କ ଦୁଃଖକଷ୍ଟ କୁ ଆହୁରି ଦ୍ବିଗୁଣିତ କରି ଦେଉଛି । ଯାହାକୁ ନେଇ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ଏହି ପ୍ରସଙ୍ଗକୁ ନେଇ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ଦୁର୍ଗା ମଣ୍ଡପ ପରିସରରେ ଅଞ୍ଚଳବାସୀଙ୍କୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ନାଗରିକ ଦୟାକର ପଧାନ ସଭାପତିତ୍ୱ କରିଥିବା ବେଳେ ସମାଜସେବୀ ରବୀରତ୍ନ ପଧାନ ସଭା ସଞ୍ଚାଳନ କରିଥିଲେ । ଉକ୍ତ ବୈଠକରେ ଝାରୁପଡ଼ା (ପଞ୍ଚଗାଁ) ଓ ସୀମାନ୍ତ ୧୯ ଖଣ୍ଡ ମୌଜା ଧୁଲୁଣ୍ଡା ଗ୍ରୀଡ଼ ଅଞ୍ଚଳରେ ପ୍ରତ୍ୟହ ଦିବାରାତ୍ର ହେଉଥିବା ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ଉପରେ ସରଗରମ ଆଲୋଚନା ହୋଇଥିଲା ଏବଂ ଆଗାମୀ ରଣନୀତି ରୂପରେଖ ନିମନ୍ତେ ଆଞ୍ଚଳିକ ବିଦ୍ୟୁତ ସଂଗ୍ରାମ ସମିତି ନାମକ ଏକ ପୂର୍ଣ୍ଣାଙ୍ଗ ପରିଚାଳନା କମିଟି ଗଠନ କରା ଯାଇଥିଲା । ନୂତନ ଗଠିତ କମିଟିର ସଭାପତି ଭାବେ ରବୀରତ୍ନ ପଧାନ ଙ୍କୁ ମନୋନୀତ କରା ଯାଇଥିବା ବେଳେ ଉପ ସଭାପତି ରୂପେ ରୋହିତ ଧୁରୁଆ, ପ୍ରଶାନ୍ତ ବିଶ୍ଵାଳ ଓ ମହେନ୍ଦ୍ର ନାଏକ, ସମ୍ପାଦକ ଦ୍ଵିତୀୟ ଭୋଇ,ସହ ସମ୍ପାଦକ ପରିତୋଷ ମିଶ୍ର, ରାମଚନ୍ଦ୍ର ମେହେର ଓ ଜିତେନ୍ଦ୍ର ସାହୁ ଏବଂ କୋଷାଧ୍ୟକ୍ଷ ଜଗମୋହନ ପଧାନ ଓ ସହ କୋଷାଧ୍ୟକ୍ଷ ସଞ୍ଜୟ ଭୋଇଙ୍କୁ ସର୍ବ ସମ୍ମତିକ୍ରମେ ଚୟନ କରା ଯାଇଥିଲା । ସେହିପରି ଉପଦେଷ୍ଟା ଭାବେ ବରିଷ୍ଠ ନାଗରିକ ଦୟାକର ପଧାନ,ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକ,କନକତୋରା ସରପଞ୍ଚ ସୁଶାନ୍ତ ଚଇନି, ବାଦୀମାଲ ସରପଞ୍ଚ ରାଜେଶ ପଧାନ, ରଜନୀ କାନ୍ତ ସା, ନେପାଳ ସାହୁ, ନରେନ୍ଦ୍ର ତିହିରିଆ, ସୁଦାମ ପଧାନ,ଯୁଧିଷ୍ଠିର ମହାପାତ୍ର,ଖୁସିରାମ ଭୋଇ, ନିଗମାନନ୍ଦ ମେହେର ଓ ଉପେନ୍ଦ୍ର ଭୋଇଙ୍କ ସହିତ ୨୧ ଜଣ କାର୍ଯ୍ୟକାରୀ ସଦସ୍ୟ ରହିଛନ୍ତି । ପରବର୍ତ୍ତୀ ରଣନୀତି ନିର୍ଦ୍ଧାରଣ ପାଇଁ ଆସନ୍ତା ଜୁନ ୨ ତାରିଖ ରବିବାର ସକାଳ ୯ ଟା ସମୟରେ ପଞ୍ଚଗାଁ ସାପ୍ତାହିକ ବଜାର ପ୍ରାଙ୍ଗଣରେ ଏକ ବିରାଟ ସାଧାରଣ ସଭା ଆୟୋଜନ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରା ଯାଇଛି ଏବଂ ଏଥିରେ ସୀମାନ୍ତ ୧୯ ଖଣ୍ଡ ମୌଜା କଣ୍ଡେଇକେଲା ଠାରୁ ଆରମ୍ଭ କରି ସମରବଗା ପର୍ଯ୍ୟନ୍ତ ମୋଟ ୧୪ ଟି ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ/ସଭ୍ୟା,ବୁଦ୍ଧିଜୀବୀ,ସମସ୍ତ ବିଦ୍ୟୁତ ହିତାଧିକାରୀ, ଚାଷୀ ସଙ୍ଗଠନ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ପ୍ରମୁଖ କାର୍ଯ୍ୟକର୍ତ୍ତା ବହୁ ସଂଖ୍ୟାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସଭାର ସଭାପତି ଶ୍ରୀ ପଧାନ ସୂଚନା ଦେଇଛନ୍ତି । ଶେଷରେ ପରିତୋଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଆଜିର ବୈଠକରେ ପଞ୍ଚଗାଁ ସମାଜସେବୀ ରବୀରତ୍ନ ପଧାନ, ସମିତି ସଭ୍ୟ ରୋହିତ ଧୁରୁଆ, କନକତୋରା ସରପଞ୍ଚ ସୁଶାନ୍ତ ଚଇନି, ପିଥିଣ୍ଡା ସରପଞ୍ଚ ମହେନ୍ଦ୍ର ନାଏକ, ବାଦୀମାଲ ସରପଞ୍ଚ ରାଜେଶ ପଧାନ, ସମରବଗା ସମିତି ସଭ୍ୟ ରାଜେନ୍ଦ୍ର ପ୍ରସାଦ ସାହୁ,ରାମଚନ୍ଦ୍ର ମେହେର, ଦ୍ଵିତୀୟ ଭୋଇ,ସଚ୍ଚିଦାନନ୍ଦ ବେହେରା, ରଜନୀକାନ୍ତ ସା, ପ୍ରଶାନ୍ତ ବିଶ୍ଵାଳ, ପିକୁ ମିଶ୍ର, ଜଗମୋହନ ପଧାନ, ସଞ୍ଜୟ ଭୋଇ, ଇନ୍ଦ୍ରମଣି ପଧାନ, ନିଗମାନନ୍ଦ ମେହେର, ଭାବଗ୍ରାହୀ ପଧାନ, ତପେଶ୍ୱର ବାରିକ, ଜିତେନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ସାହୁ, ରାଜକୁମାର ସେଟ,ଯୁଧିଷ୍ଠିର ମହାପାତ୍ର,ନେପାଳ ସାହୁ ଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ବିଦ୍ୟୁତ ହିତାଧିକାରୀ ଉପସ୍ଥିତ ଥିଲେ ।

More Stories