Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜି କମ୍ପିବ ପ୍ରଚାର, ବିଜେପିର ମଇଦାନ ସମ୍ଭାଳିବେ ଶାହ, ହିମନ୍ତ, ଧର୍ମେନ୍ଦ୍ର ଓ ଅପରାଜିତା

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାରକୁ ଜୋରଦାର କରିଛି ବିଜେପି । ଓଡିଶାରେ ଲୋକସଭା ସହ ବିଧାନସଭା ନିର୍ବାଚନ ଜିତିବା ପାଇଁ ଦଳ ପୁରା ଶକ୍ତି ଖଟାଇ ଦେଇଛି । ମାଳ ମାଳ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ପ୍ରଚାରରେ କମ୍ପୁଛି ରାଜ୍ୟର ନିର୍ବାଚନୀ ଆଖଡା । ଏହି କ୍ରମରେ ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାରକୁ ଶାଣିତ କରିବା ପାଇଁ ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସେ ୩ଟି ସ୍ଥାନରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଏହା ସହିତ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଚାର ମଙ୍ଗ ସମ୍ଭାଳିବେ ।

ରାଜ୍ୟ ବିଜେପିର ସୂଚନା ଅନୁଯାୟୀ, ଆଜି ଦିନ ୧୧ଟାରେ ଭଦ୍ରକ ଲୋକସଭା କ୍ଷେତ୍ରର ଚାନ୍ଦବାଲିଠାରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେବେ ଅମିତ ଶାହ। ସେହିପରି ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଯାଜପୁର ଲୋକସଭା କ୍ଷେତ୍ରର କୋରେଇଠାରେ ଜନସଭାକୁ ସମ୍ବୋଧନ କରିବା କାର‌୍ୟ୍ୟକ୍ରମ ରହିଛି। ଏହାପରେ ଅପରାହ୍ନ ୩ଟାରେ ଜଗତସିଂହପୁର ଲୋକସଭା କ୍ଷେତ୍ରର ନିମାପଡ଼ା ବାରବାଟୀ ପଡ଼ିଆରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ସାମିଲ ହେବେ ଅମିତ ଶାହ।

ସେହିପରି ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ରୋଡ ସୋରେ ଯୋଗ ଦେବେ। ଏହା ପରେ ସେ ମୋରଡା ନିର୍ବାଚନମଣ୍ଡଳୀର ସୁଳିଆପଦା, ସୋର ରଘୁନାଥପୁର ଏବଂ ଜଗତସିଂହପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା କାର‌୍ୟ୍ୟକ୍ରମ ରହିଛି।

ଏହାବାଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ଅପରାଜିତା ଷଡ଼ଙ୍ଗୀ ଏବଂ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଆଜି ପ୍ରଚାର ମଇଦାନକୁ ଓହ୍ଲାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନେତାମାନେ ଆଜି ଗୁରୁତ୍ୱପୂର୍ଣ୍ଣ ନିମାପଡ଼ା, ଚାନ୍ଦବାଲି, କୋରେଇ, ବଡ଼ଚଣା ଭଳି ଗୁରୁତ୍ୱପୂର୍ଣ୍ଣ ଆସନରେ ପ୍ରଚାରକୁ ଶାଣିତ କରିବେ ।

ଆଜି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପାଟକୁରାଠାରେ ଅନୁଷ୍ଠିତ ରୋଡ୍ ସୋ’ ଓ ଜନସଭାରେ ଯୋଗଦେବେ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଅପରାହ୍ନ ୩ଟାରେ ନିଆଳି ନିର୍ବାଚନମଣ୍ଡଳୀର ବ୍ରାହ୍ମଣଝରିଲୋଠାରେ ଅନୁଷ୍ଠିତ ରୋଡ୍ ଶୋ’ରେ ଯୋଗ ଦେବାପରେ ଅପରାହ୍ନ ସାଢ଼େ ୪ଟାରେ ଉସୁମାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ । ସେହିପରି ପୂର୍ବତନ ସାଂସଦ ସିଦ୍ଧାନ୍ତ ଅପରାହ୍ନ ୩ଟାରେ ଚାନ୍ଦବାଲିଠାରେ ଅନୁଷ୍ଠିତ ରୋଡ ଶୋ’ରେ ଯୋଗଦେବେ ।