ଭୁବନେଶ୍ୱର: କାଳବୈଶାଖୀ ବର୍ଷା କିଛି ଦିନ ଆଶ୍ୱସ୍ତି ଦେଇଥିଲେ ହେଁ ପୁଣି ଥରେ ରାଜ୍ୟରେ ତାତି ବଢିବାକୁ ଯାଉଛି । ଆଗାମୀ ଦୁଇ ତିନି ଦିନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢିବ । ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା । ତେବେ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ରହିବ ।
ସେ କହିଛନ୍ତି ଆଗାମୀ ୨୪ ଘଣ୍ଟା ଗୁଳୁଗୁଳି ସ୍ଥିତି ଲାଗି ରହିବ । ତାପମାତ୍ରା ବି ବଢିବ । ୨୯ ଓ ୩୦ ତାରିଖରେ ୪ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବ । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ ନୂଆପଡାରେ ଗ୍ରୀଷ୍ମପ୍ରବାହ ଅଧିକ ରହିବ । ସେପଟେ ମୌସୁମୀ ଓଡିଶାକୁ ବିଳମ୍ବରେ ଆସିବ । ମୌସୁମୀ ଜୁନ ୧୫ ପୂର୍ବରୁ ଓଡିଶା ଛୁଇଁବା ସମ୍ଭାବନା କ୍ଷୀଣ । ଫଳରେ ରାଜ୍ୟରେ ପାଗ ତତଲା ରହିବ । ଆଉ ରାଜ୍ୟରେ ଗ୍ରୀଷ୍ମ ସ୍ଥିତି ଜାରି ରହିବ ।
ତେବେ ଆସନ୍ତା ଦିନେ ଦୁଇ ଦିନରେ ରାଜ୍ୟରେ କାଳବୈଶାଖୀ ବର୍ଷା ହୋଇପାରେ । ତା ପରେ ପାଗ ଶୁଖିଲା ରହିବ । ବର୍ଷା ସମ୍ଭାବନା କମ ଥିବାରୁ ଗରମ ଓ ଗୁଳୁଗୁଳି ଜାରି ରହିବ । ଫଳରେ ଆସନ୍ତା ୩-୪ ଦିନ ଭିତରେ ରାଜ୍ୟରେ ଦିନର ତାପମାତ୍ରା ୩ରୁ ୫ ଡିଗ୍ରୀ ବଢିପାରେ ।