Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଶାନ୍ତ ଜଗଦେବ ଇଭିଏମ ଭଙ୍ଗା ଘଟଣାରେ ସିସିଟିଭି ସାର୍ବଜନୀନ କରିବି- ଅପରାଜିତା

ଭୁବନେଶ୍ୱର: ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀକୁ ନେଇ ବିଜେଡି ସରକାର ଉପରେ ମଙ୍ଗଳବାର ଖୁବ୍ ବର୍ଷିଛନ୍ତି ଅପରାଜିତା ଷଡଙ୍ଗୀ । ଘଟଣା ଦିନର ସିସିଟିଭି ସାର୍ବଜନୀନ କରିବି ବୋଲି ସେ କହିଛନ୍ତି । ଘଟଣା ପରେ ବୁଥ୍ ଯାଇଥିଲି । ସେଠାରେ ଜଗଦେବ ଇଭିଏମ ଭାଙ୍ଗିଥିବା କଥା କେହି କହିଲେନି ।

କେଉଁ ସ୍ଥିତିରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜେଲ୍ ପଠାଗଲା? ସିସିଟିଭି ଫୁଟେଜ ଯାଞ୍ଚ ନ କରି ଜଣେ ବିଧାୟକଙ୍କୁ କାହିଁକି ଗିରଫ କରାଗଲା? ଏହା କେଉଁ ପ୍ରକାର ଆଇନ? ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ କୋଟେରୀ ଦାୟୀ। ପ୍ରଶାନ୍ତ ଜଗଦ୍ଦେବଙ୍କ ଲୋକପ୍ରିୟତାକୁ ଡରିଗଲେ କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି ଘଟଣା ଘଟିବାର ୫ ମିନିଟ୍ ପରେ ମୁଁ ବୁଥ୍ ଯାଇଥିଲି । ସମସ୍ତଙ୍କୁ ପଚାରି ବୁଝିଥିଲି । ଯେଉଁମାନେ ବୁଥ ଭିତରେ ଏବଂ ବାହାରେ ଥିଲେ ବିଧାୟକ ଇଭିଏମ ଭାଙ୍ଗିଛନ୍ତି ବୋଲି କେହି କହି ନାହାନ୍ତି । ସେଦିନ ବୁଥରେ ଯାହା ଘଟିଥିଲା, ତାର ସିସିଟିଭି ଫୁଟେଜ ମୋର ହସ୍ତଗତ ହୋଇଛି। ବହୁ ଶୀଘ୍ର ସିସିଟିଭି ଫୁଟେଜକୁ ମୁଁ ସାର୍ବଜନୀନ କରିବି। ଇଭିଏମ ଭଙ୍ଗାଯିବା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କର କୌଣସି ଭୂମିକା ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ