Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଡିଶାକୁ ପୁଣି ଛାୟା ମେଣ୍ଟ ସମ୍ଭାବନା !

ବିଜେଡି ବିଜେପିର କଳି ସରିନି।ଆକ୍ଷେପ ପ୍ରତି ଆକ୍ଷେପର ମଧ୍ୟ ଅନ୍ତ ଘଟିନି।୨ ଭାଇ କୁହାଯାଉଥିବା ୨ ଦଳ ବିଜେପି ବିଜେଡିର ଆତ୍ମଗର୍ବ ଓ ଫୁଟାଣି ଭିତରେ ୩ ପର୍ଯ୍ୟାୟର ଭୋଟ ସରଛି।କୋଳାକୋଳି ବି ସରିଛି,କିନ୍ତୁ କ୍ଲାଇମେକ୍ସ ବାକି ଅଛି।ଏ ଭିତରେ କଂଗ୍ରେସକୁ ନେଇ ବଳ ଦେଖାଇଥିବା ବିଜେଡିର ଅସଲ ଚରିତ୍ର ଦେଖିବାକୁ ଓଡିଶା ଜନତା ଅପେକ୍ଷାରେ।
ଦଳ,ବଳ,ଗୋଷ୍ଠୀ,ସମାନତା ସହିତ ବାହୁବଳି ବ୍ୟବସାୟିକ ରାଜନୀତିରୁ ଉର୍ଦ୍ଦରେ ରହି ଏକ ନିରପେକ୍ଷ ସ୍ୱାଭିମାନ ଗଣତନ୍ତ୍ର ପ୍ରତିଷ୍ଠା ୨୦୨୪ରେ ଫେଲ ମାରିଛି। ସମସ୍ତେ ଯେପରି ନିଜର ଆତ୍ମ ବଡିମା ଦେଖାଇବାରେ ଅନ୍ୟଙ୍କୁ ଭୁଲି ଯିବାର ପ୍ରୟାସ କରିଛନ୍ତି। ଏହାହିଁ ପରିବର୍ତ୍ତନର ସ୍ୱାଭିମାନ ଓ ଅଭିମାନର ସ୍ୱର ଓ ସ୍ୱାକ୍ଷର ହେବ ଚଳିତ ନିର୍ବାଚନ।ଅସଲ ଅସ୍ମିତା କଣ ତାହାହିଁ ବିଭିନ୍ନ ରାଜନୈତିକ ଦଳର ଅସଲ ମୁଖା ଖୋଲିଦେବେ ସାଧାରଣ ଜନତା ଓ ଭୋଟର ।ଏହାହିଁ ୨୦୨୪ ନିର୍ବାଚନର ଅସଲ ଅସ୍ମିତା ହେବ।
ଯୋ ଜିତେ ଓ ସିକନ୍ଦର ଏଭଳି ନ୍ୟାୟରେ ୨ ଦଳ ନିଜର ୩ ପର୍ଯ୍ୟାୟ ଖେଳ ସାରି ୪ର୍ଥ ପର୍ଯ୍ୟାୟରେ ପହଞ୍ଚିବା ବେଳକୁ ପ୍ରାୟଶ୍ଚିତ ପାଇଁ ମନ ସ୍ଥିର କଲେଣି ନାଁ ବଞ୍ଚି ବଞ୍ଚାଇବାର ରାହା ଖୋଜୁଛନ୍ତି ତାହାହିଁ ପ୍ରଗତିର ଦ୍ୱାର। ବିନା ମିଶନରେ ଯେତିକି ବାଟ ଚାଲି ଆସିଲେ ତାହା ବିକାଶ ନାଁ ବିନାଶ ଏହି ବିଶ୍ଳେଷଣ ଭିତରେ ଛନ୍ଦି ହୋଇଛି ଓଡିଶା ।
ପୁଣିଥରେ ବିଜେପି-ବିଜେଡି ମିଳିମିଶି କାମ କରିବେ କି? କେନ୍ଦ୍ରରେ ଯଦି ବିଜେପିର ସଂଖ୍ୟା ଅଧିକ ଆସେ ଏବଂ ସ୍ଥିର ସରକାର ହେବାର ସମ୍ଭାବନା ଆସେ,ତେବେ ବିଜେଡି କ’ଣ ଏକଘରକିଆ ହୋଇ ଚଳିପାରିବ?ବର୍ତ୍ତମାନର ଏହି ୨ ବିରୋଧି ଦଳର ବରିଷ୍ଠ ନେତାମାନେ ନବୀନ ନିବାସ ଠାରୁ ଦିଲ୍ଲୀ ଦରବାରରେ ମେଣ୍ଟ ପାଇଁ ଡେରା ପକାଇ ବିଫଳ ହୋଇଛନ୍ତି।କିନ୍ତୁ ଏହି ବିଫଳତା ନିଜର ବାହାଦୂରୀ ଛଡା କିଛିନଥିଲା।ସଂଗଠନ ନାମରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଯେଭଳି ଏକ ବଡ ବ୍ୟବସାୟର ସୂତ୍ରପାତ ହେଲା ତାହା ୨୦୨୪ ସାଧାରଣ ନିର୍ବାଚନର ଏକ ବ୍ୟତିକ୍ରମ। ଗଣତନ୍ତ୍ର ପାଇଁ ଏକ କଳା କାରନାମା କହିଲେ କିଛି ଅତ୍ୟୁକ୍ତି ହେବନାହିଁ।
ଦୀର୍ଘ ବର୍ଷ ଧରି ରାଜନୀତିରେ ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରକ୍ଷା କରିବା ତଥା କେନ୍ଦ୍ର ସରକାରଙ୍କୁ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଇ ଆସିଥିବା ବିଜୁ ଜନତା ଦଳ ୨୦୨୪ ନିର୍ବାଚନ ପରେ ନିଜର ଆଭିମୁଖ୍ୟ ବଦଳାଇପାରେ ? ବାରମ୍ବାର ବିଜେଡିର ନେତୃତ୍ୱ, ସଂଗଠନ, ଶାସନ, ନୀତି ବିରୁଦ୍ଧରେ ଏହି ଚଳିତ ନିର୍ବାଚନରେ କେନ୍ଦ୍ରୀୟ ନେତା ମାନଙ୍କ ଅଚାନକ ସମାଲୋଚନା ବିଜେଡିର ସମଦୂରତା ରାଜନୀତିକୁ ପାଣିଚିଆ କରିଦେଇଛି ? ଏହା ସ୍ପଷ୍ଟ ବାରିହେଉଛି। ଏପରିକି ବିଜେଡିର ଆଭିମୁଖ୍ୟକୁ ବିଭିନ୍ନ ଜାତୀୟ ତଥା ଆଞ୍ଚଳିକ ଦଳ ସମର୍ଥନ କରିବା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିବା ଦ୍ୱାରା ଏହି ଆଶଙ୍କା ପ୍ରତୀୟମାନ ହେବା ସ୍ୱାଭାବିକ।ନିର୍ବାଚନର କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଷ୍ଟ୍ରନେତା ବୋଲି ସମ୍ବୋଧନ କରି ବିଜେପି ସହ ସହିତ ମେଣ୍ଟ କରିବା ପାଇଁ ଆଗ୍ରହୀ ଥିବା ବିଜେଡି ବିଫଳ ହୋଇଛି। ଗତ କିଛି ରାଜନୈତିକ ଘଟଣାବଳୀକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ବିଜେଡି ସହିତ ଇଣ୍ଡି ମେଣ୍ଟର ବୁଝାମଣାବି ହୋଇପାରେ। ଏ ଦିଗରେ ବିଜେଡିର ଦ୍ୱିତୀୟ ଧାଡି ନେତା ଭି.କେ ପାଣ୍ଡିଆନ ପ୍ରାରମ୍ଭିକ ଭାବେ ଆଲୋଚନା କରିସାରିଥିବା ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି ।ଓଡିଶା ରାଜନୀତିରେ ଏଭଳି କିଛି ଦୃଷ୍ଟାନ୍ତ ସାମ୍ନାକୁ ଆସୁଛି।
ଓଡ଼ିଶାରେ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର(କୋଷାଗାର)ର ଚାବି ତାମିଲନାଡୁକୁ ଯାଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟର ଗୋଟିଏ ଦିନ ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ଅଧ୍ୟକ୍ଷ ଏମ୍‍ କେ ଷ୍ଟାଲିନ୍‍ ତାଙ୍କୁ ଟାର୍ଗେଟ କରିଛନ୍ତି । ଷ୍ଟାଲିନ୍‍ କହିଛନ୍ତି ଭୋଟ୍‍ ପଇଁ ତାମିଲମାନଙ୍କ ଭାବମୂର୍ତ୍ତିକୁ ଖରାପ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି। ପୁରୀରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ମଧ୍ୟ ଏହି ସରକାରଙ୍କ ହାତରେ ସୁରକ୍ଷିତ ନୁହେଁ ବୋଲି କହି ସୋମବାର ମୋଦୀ ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରଙ୍କୁ ଟାର୍ଗେଟ କରିବା ସହ ରତ୍ନ ଭଣ୍ଡାର ଚାବି ତାମିଲନାଡୁକୁ ଯାଇଛି ବୋଲି କହିଥିଲେ । ଷ୍ଟାଲିନ୍‍ ପ୍ରତିକ୍ରିୟା ରଖିଛନ୍ତି ଯେ ମୋଦୀ ଦୁଇ ରାଜ୍ୟର ଲୋକଙ୍କ ମଧ୍ୟରେ ଶତ୍ରୁତାର ଭାବନା ସୃଷ୍ଟି କରୁଛନ୍ତି । ଜଗନ୍ନାଥଙ୍କ ପ୍ରତି ଅସୀମ ଭକ୍ତି ରଖିଥିବା ତାମିଲନାଡୁବାସୀଙ୍କ ବିରୋଧରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଉତ୍ତେଜିତ କରୁଥିବା ଷ୍ଟାଲିନ୍‍ କହିଛନ୍ତି । ନିର୍ବାଚନ ପ୍ରଚାର ସଂହିତା ଉଲ୍ଲଂଘନ ନ କରି ନୀତି, କାର୍ଯ୍ୟଯୋଜନା ଓ ନିଜ ସରକାରଙ୍କ ସଫଳତା ଉପରେ ଗଠନମୂଳକ ପ୍ରଚାରର ଉଦାହରଣ ସୃଷ୍ଟି କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୃଣ୍ୟ ଭାଷଣ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଶତ୍ରୁତା ଓ ରାଜ୍ୟମାନଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ଦେଶ ପାଇଁ ଭଲ ନୁହେଁ ବୋଲି ଷ୍ଟାଲିନ କହିଛନ୍ତି। ଏହାହିଁ ତାମିଲନାଡୁକୁ ନେଇ ଓଡିଶାରେ ସୃଷ୍ଟି ହୋଇଥିବା ଆଶା ଓ ଆଶଙ୍କାର ଭିନ୍ନ ଇସାରା ଦେଉଛି।ପାଣ୍ଡିଆନ ଉପରେ ସିଧା ତୀର ଯାଉଥିବା ବେଳେ ତାମିଲନାଡୁ ସରକାର ଏଥିରେ ବିଚଳିତ ହେବା ବା କୌଣସି ମନ୍ତବ୍ୟ ରଖିବା ଅପେକ୍ଷା ଅଭିଯୋଗର ଗଭୀରତା ଉପରେ ତୀକ୍ଷ୍ଣ ନଜର ରଖିବା ଆବଶ୍ୟକତା ରହୁଛି।ଷ୍ଟାଲିନ ଏହାକୁ ବୁଝିବା ମଧ୍ୟ କଥା।
ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଓଡିଶାରେ ବିଜେଡି ୨୫ ବର୍ଷ ଧରି କଂଗ୍ରେସକୁ କ୍ଷମତାଚ୍ୟୁତ କରି ଶାସନ କ୍ଷମତାରେ ଥିଲେ ହେଁ କଂଗ୍ରେସ ନେତାମାନେ ବିଜେଡିକୁ ସମାଲୋଚନା କରିବା ପରିବର୍ତ୍ତେ ବିଜେପିକୁ ସମାଲୋଚନା କରୁଛନ୍ତି । ଅମିତ ଶାହାଙ୍କର ନବୀନ ପଟ୍ଟନାୟକଙ୍କ ‘ବୟସାଧିକ’ ମନ୍ତବ୍ୟକୁ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ ସମାଲୋଚନା କରିଛନ୍ତି । ଚିଦାମ୍ବରମ୍ ତାଙ୍କ ଏକ୍ସ ଏକାଉଣ୍ଟରେ ଲେଖିଛନ୍ତି, ଯେତେବେଳେ ଅମିତ ଶାହା କହିଛନ୍ତି ଯେ ନବୀନ ପଟ୍ଟନାୟକ ବୟସ କାରଣରୁ ଅବସର ନେବା ଉଚିତ। ନବୀନଙ୍କୁ ବର୍ତ୍ତମାନ ୭୭ ବର୍ଷ ହୋଇଥିବା ବେଳେ ନରେନ୍ଦ୍ର ମୋଦୀଙ୍କ ବୟସ ୭୩।ଅର୍ଥାତ ଆଉ ୪ ବର୍ଷ ପରେ ମୋଦୀ ମଧ୍ୟ କଣ ଅବସର ନେବେ? ଏଭଳି ଧାରଣା କେହି ସୃଷ୍ଟି କରୁନିତ?ଏହି ନିୟମ ଯଦି ଲାଗୁ ହୁଏ ତେବେ ତାହା ବିପରୀତ ଭାବେ ଶାହଙ୍କୁ ଫାଇଦା ହେବେ ବୋଲି କହିଛନ୍ତି ଚିଦାମ୍ବରମ୍। ଯେହେତୁ ନରେନ୍ଦ୍ର ମୋଦୀଙ୍କ ଏବେ ୭୩ ବର୍ଷ, ୭ ମାସ ତେଣୁ ତାଙ୍କର ଅବସର ନେବା କଥା ସେ କହୁଛନ୍ତି କି ବୋଲି ପ୍ରଶ୍ନ ଉଠିଛି। ବିଜେପି ସରକାର ଗଠନ ନ କଲେ ଅମିତ ଶାହା ସବୁଠାରୁ ଖୁସି ହେବେ ଏବଂ ମୋଦୀ ନୁହଁନ୍ତି ସେ ବିରୋଧୀ ଦଳ ନେତାଭାବେ ବସିବେ ବୋଲି ଜଣାପଡ଼ୁଛି ବୋଲି ଚିଦାମ୍ବରମ କହିଛନ୍ତି ।
ଏଠାରେ ମନେପକାଇ ଦିଆଯାଉଛି ଯେ ପ୍ରଶନ୍ନ ଆଚାର୍ଯ୍ୟଙ୍କୁ ଏହି ବୟସାଧିକର ତେରଛା ବାଣ ମାରିଥିଲେ ରେଢାଖୋଲ ବିଧାୟକ ଇଂ.ରୋହୀତ ପୂଝାରୀ।ଯାହାର ଅଳ୍ପ କିଛି ଦିନ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏକ ଅପାରଗ ମନ୍ତ୍ରୀ ହିସାବରେ ତୁଳନା କରି ମନ୍ତ୍ରୀ ମଣ୍ଡଳରୁ ବରଖାସ୍ତ କରିବା ପାଇଁ ମାନ୍ୟବର ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ।ତାହାହିଁ ହେଲା। ତେଣୁ ବୟସାଧିକ ନୁହେଁ ବରଂ ଜଣେ ବ୍ୟକ୍ତିର କାର୍ଯ୍ୟ ଦକ୍ଷତା ଓ ସକ୍ରିୟତା ହିଁ ରାଜ୍ୟ ଓ ଦେଶର ଭବିଷ୍ୟତ ଏହାକୁ ବିଚାର କରି ନିଜର ସକ୍ଷମତାର ପରିଚୟହିଁ ସମାଜପାଇଁ ବଡ ଉଦାହରଣ । ବୟସ କୌଣସି କ୍ଷେତ୍ରରେ ବ୍ୟକ୍ତିକ୍ରମ ତିଆରି କରେନି ବରଂ ନିଜର ଚଳ ଚଞ୍ଚଳତା ଓ ଅକ୍ଷମତାହିଁ ସେମାନଙ୍କୁ ଅବସର ଦେଇଥାଏ।ଜଣେ ବୁଦ୍ଧିମାନ୍ ହିଁ ଏଭଳି ନିଷ୍ପତ୍ତି ନେଇ ନିଜର ବିଭିନ୍ନ ସେବା ଓ ରାଜନୀତି ଠାରୁ ଦୂରେଇ ରହିବା ସମାଜରେ ଅନେକ ଉଦାହରଣ ରହିଛି।
ଅବଶ୍ୟ ଆଜି ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସୁସ୍ଥତା ଉପରେ ଏକ ଟିପ୍ପଣି ରଖି ନିଜର ଉପସ୍ଥିତିକୁ ପୁଣି ଥରେ ଜାହିର କରିବାକୁ ଚେଷ୍ଟା କରିଛନ୍ତି।
ପୁନଶ୍ଚ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କରେ ଭୁଲ୍ ବଶତଃ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଏହା ଆମର ଅଭିଯୋଗକୁ ଦୃଢ଼ କରୁଛି ଯେ କ୍ଷମତାରେ ନିଶାଗ୍ରସ୍ତ ବିଜେପି ଭାରତର ଲୋକମାନଙ୍କ ସହିତ ଆମ ଭଗବାନଙ୍କୁ ମଧ୍ୟ ଛାଡିବ ନାହିଁ ।ଦି ପାଦ ଆଗକୁ ବଢି ରାହୁଲ ଗାନ୍ଧି ଏହି ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେତେବେଳେ ପ୍ରଧାନମନ୍ତ୍ରୀ ନିଜକୁ ସମ୍ରାଟ୍ ଭାବରେ ବିବେଚନା କରିବା ଆରମ୍ଭ କରନ୍ତି ଏବଂ ଦରବାରୀମାନେ ତାଙ୍କୁ ଭଗବାନ ଭାବରେ ବିଚାର କରିବା ଆରମ୍ଭ କରନ୍ତି, ସେତେବେଳେ ଏହା ସ୍ପଷ୍ଟ ଯେ ପାପର ଲଙ୍କା ପତନ ପାଖେଇ ଆସିଥାଏ। କୋଟି କୋଟି ଲୋକଙ୍କ ଭାବନାକୁ ଆଘାତ ଦେବାର ଅଧିକାର ହାତଗଣତି ଭାଜପା ଲୋକଙ୍କୁ କିଏ ଦେଲା? ଏହି ଅହଙ୍କାର ସେମାନଙ୍କ ବିନାଶର କାରଣ ପାଲଟିବ ବୋଲି ରାହୁଲ ଗାନ୍ଧି କହିଛନ୍ତି । ରାହୁଲ ଏପ୍ରିଲ୍ ୨୮ ତାରିଖରେ ଓଡ଼ିଶା ଆସି ନବୀନ ପଟ୍ଟନାୟକଙ୍କ ସମେତ ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କରିଥିଲେ । କିନ୍ତୁ ବଲାଙ୍ଗୀର ସଭାରେ ବିଜେଡି ଓ ଏହାର ନେତାଙ୍କ ଉପରେ କିଛି ନ କହି ନୀରବ ରହିଥିଲେ । ଆପ୍ ନେତା ଅରବିନ୍ଦ କେଜ୍‍ରିୱାଲ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ ଉପରେ କହିଛନ୍ତି, ଭାଜପା ନେତାଙ୍କ ଅହଙ୍କାରକୁ ଦର୍ଶାଉଛି । ଭାଜପାର ଏହି ବୟାନକୁ ମୁଁ ଦୃଢ଼ ନିନ୍ଦା କରୁଛି ।ଅବଶ୍ୟ ସମ୍ବିତ ପାତ୍ର ଏଥିରେ କ୍ଷମା ପ୍ରାର୍ଥନା କରି ପାଟିରୁ ବାହାରି ପଡିଥିବା କଥାକୁ ହଜମ କରି ସାରିଥିଲେ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଏହି ଦୀପରେ ପୁଣି ଘିଅ ଢାଲିଛନ୍ତି।
ଏଠାରେ ଉଠୁଛି ବଡ ପ୍ରଶ୍ନ ।ଏଭଳି ପରିସ୍ଥିତି କେବଳ ନିର୍ବାଚନ ସମୟରେ ରହିବ ନା ସରକାର ଗଠନରେ ବି ନିରନ୍ତର ରହିବ ତାହାକୁ ନେଇ ଜଟିଳ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।କାରଣ ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁସାରେ ନିର୍ବାଚନ ପରେ ସବୁ ଅଙ୍କ ବଦଳିଯିବ। ପୁଣିଥରେ ଏକ ମେଣ୍ଟର ସମ୍ଭାବନା ରହୁଛି।ମିଳିମିଶି କାମ କରିବାକୁ ବାଧ୍ୟ ହେବାକୁ ପଡିପାରେ।କେନ୍ଦ୍ରରେ ଯଦି ବିଜେପିର ସଂଖ୍ୟା ଅଧିକ ଆସେ ଏବଂ ସ୍ଥିର ସରକାର ହେବାର ସମ୍ଭାବନା ଆସେ ହୁଏତ ବିଜେଡି ଏକଘରକିଆ ବି ହୋଇପାରେ। ଏ କ୍ଷେତ୍ରରେ ରାଜନୈତିକ ପେଟରୁ ଜନ୍ମ ନେଇଥିବା ୨ ଭାଇ ବିଜୁ ବାବୁଙ୍କୁ ମନେ ପକାଇବେ ନାଁ ନବୀନ ଓଡିଶାର ଦ୍ୱାହି ଦେଇ ନିଜ ଅହଙ୍କାରର ଦ୍ୱିତୀୟ ଛାୟାରେ ବଳି ପଡିବେ ।ଏହା ସମୟ କହିବ।
ହେଲେ ଏଇଠି ସ୍ପଷ୍ଟ କରିବାକୁ ଏହି ଲେଖକ ଚାହୁଁଛି ।ଜନ୍ମ ରୁ ୨୫ ବର୍ଷ ବୟସ ହେଉଛି ପ୍ରଗତି ଓ ବିକାଶର ଧାରା।ଏହି ବୟସ ମଧ୍ୟରେ ସାମାଜିକ,ଆର୍ଥିକ, ଓ ନ୍ୟାୟିକ ପରିବର୍ତ୍ତନ ପାଇଁ ଧନୀରୁ ଗରୀବ ପରିବାର ଯାଏ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଏକ ଗଠନ ମୂଳକ ନିଷ୍ପତ୍ତି ନେବାର ଆବଶ୍ୟତା ରହିଛି।କୈଶୋର ବୟସ ହେଉଛି ପ୍ରତିଭାର ସମୟ।ଯୁବକ ବା ଯୁବତୀ ବୟସ ହେଉଛି ନିଷ୍ପତ୍ତି ନେବାର ସମୟ।ବାର୍ଦ୍ଧକ୍ଯ ଏକ ଅବସାଦ।ଏଭିତରେ ଆମ ଓଡିଶା ନବୀନ ଓଡିଶାର ମୂଳ ଲକ୍ଷ୍ୟ କ’ଣ ତାହା ରାଜ୍ୟ ସରକାର ସ୍ପଷ୍ଟ କରିବା ଆବଶ୍ୟକ।ଯଦି ରାଜ୍ୟ ସରକାର ଏହା କଲେନି ତେବେ ରାଜ୍ୟ ସରକାର ପଛରେ ରହିଥିବା ସବୁ ବିଭାଗର ଅଧିକାରୀ,କିମ୍ବା ଠିକାଦାର ସାଜି ଦାୟିତ୍ୱ ନେଇଥିବା ସବୁ କର୍ମଠ ଏହାର ଉତ୍ତର ରଖିବା ଆବଶ୍ୟକ।କାରଣ ଓଡିଶାରେ ୨ ମୁଣ୍ଡିଆ ଜନ୍ତୁର ଅଭାବ ନାହିଁ ।ଏତିକି ଅନୁରୋଧ ମଣିଷ ଜନ୍ମ ପାଇ ଏଭଳି ଜନ୍ତୁର କେହି ଉଦାହରଣ ନ ସାଜନ୍ତୁ।
ଫୋନ:୯୪୩୭୪ ୦୫୪୫୫
Mail:drrajaramsarangi@gmail.com