Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୋଟିଏ ବର୍ଷରେ ଏତେ ବିଗିଡ଼ିଗଲା ନବୀନଙ୍କ ସ୍ଵାସ୍ଥ୍ୟ, କିଛି ତ ଷଡ଼ଯନ୍ତ୍ର ରହିଛି: ମୋଦୀ

ବାରିପଦା: ଆଜି ବାରିପଦାରେ ବିଜେପିର ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ବିଜେଡି ଉପରେ ଖୁବ୍ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ନବୀନ ପଟ୍ଟନାୟକଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ବଡ଼ ବୟାନ ମଧ୍ୟ ଦେଇଛନ୍ତି। ମୋଦୀ କହିଛନ୍ତି ଗତ ବର୍ଷକ ଭିତରେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟର ବହୁତ ଅବନତି ହେଲାଣି। ନବୀନ ବାବୁ ଏବେ ନିଜେ କିଛି କରିପାରୁନାହାନ୍ତି ବୋଲି ପାଖ ଲୋକ କହୁଛନ୍ତି। ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ ଯଦି କିଛି ଷଡ଼ଯନ୍ତ୍ର ଅଛି ତାହା ଜାଣିବାର ଅଧିକାର ସାରା ଓଡ଼ିଶା ଲୋକଙ୍କ ଅଛି।’

ପ୍ରଧାନମନ୍ତ୍ରୀ କହିଛନ୍ତି, ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଅଚାନକ କିପରି ଖରାପ ହେଲା,ତାହାର ଯାଞ୍ଚ କରାଯିବ । ଏଥିପାଇଁ ଏକ ସ୍ଵତନ୍ତ୍ର କମିଟି ଗଠନ ହେବ। କାହିଁକି ନବୀନଙ୍କ ସ୍ଵାସ୍ଥ୍ୟବସ୍ଥାରେ ଏତେ ଅବନ୍ନତି ଘଟିଲା ତାର ତଦନ୍ତ ହେବ। ବିଜେପି ସରକାର ଆସିଲେ ଏହାର ସତ ସାମନାକୁ ଆସିବ । ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକର ଏଥିରେ ହାତ ଅଛି କି ନାହିଁ ତାହାର ବି ଯାଞ୍ଚ କରାଯିବ। ବିଜେଡି ଉପରେ ଆପଣମାନେ ୨୫ ବର୍ଷ ଭରସା କଲେ। ମାତ୍ର ବିଜେଡି ସବୁକ୍ଷେତ୍ରରେ ଆପଣଙ୍କ ଭରସା ଭାଙ୍ଗିଲା। ତେଣୁ ବିଜେଡିର ୨୫ ବର୍ଷର ଶାସନରେ ଫୁଲଷ୍ଟପ୍‌ ଲଗାଇବାକୁ ଓଡ଼ିଶା ପ୍ରସ୍ତୁତ। ଜୁନ୍‌ ୧୦ରେ ବିଜେପିର ଓଡ଼ିଶା ମୁଖ୍ୟମନ୍ତ୍ରୀ ଶପଥ ନେବେ।

ଆଜି ସାରା ଦେଶ ଜାଣିବାକୁ ଚାହୁଁଛି ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା ? ବିଜେଡି ଯାହା ଲୁଚାଇବାକୁ ଚାହୁଁଛି, ବିଜେପି କ୍ଷମତାକୁ ଆସିଲେ ତାର ଖୁଲାସା କରିବ।  ବିଜେଡି ଆଦିବାସୀଙ୍କ ଜମି ହଡ଼ପ ପାଇଁ ଆଇନ ଆଣିଥିଲା । ବିଜେପି ଚାପରେ ସେ ଆଇନ ପ୍ରତ୍ୟାହାର କରିଥିଲା। ଏଥର ସୁଯୋଗ ମିଳିଲେ ବିଜେଡି ଆପଣଙ୍କ ଜମି ହଡ଼ପ କରିନେବ ବୋଲି ଚେତାଇ ଦେଇଛନ୍ତି ମୋଦୀ।

ମୋଦୀ କହିଛନ୍ତି, ଡିଏମ୍‌ଏଫରେ ରାଜ୍ୟକୁ ହଜାର ହଜାର କୋଟି ଦେଇଛୁ, ମାତ୍ର ବିଜେଡି ସବୁ ହରିଲୁଟ୍‌ କରିଛି। ଲୁଟ୍‌ ମାଲ୍‌ ବିଦେଶକୁ ଯାଇଥିବା ଚର୍ଚ୍ଚା ହେଉଛି। ଯଦି ତାହା ସତ ହୋଇଥାଏ, ଲୁଟ୍‌ ମାଲ୍‌ ଗୋଟି ଗୋଟି ଆଦାୟ ହେବ, ଏହା ମୋଦୀ ଗ୍ୟାରେଣ୍ଟି। ଯିଏ ଲୁଟିଛନ୍ତି, ତାଙ୍କଠାରୁ ସବୁ ଅର୍ଥ ଆଦାୟ ହେବ। ଜନତାଙ୍କ ଲୁଟେରା ସାରା ଜୀବନ ଜେଲ୍‌ରେ ରହିବେ। ଜନତାଙ୍କ ଲୁଟେରାଙ୍କ ପ୍ରତି କୌଣସି ସାଲିସ କରାଯିବ ନାହିଁ।

ମୟୂରଭଞ୍ଜ ମାଟି ନାରୀ ସଶକ୍ତୀକରଣର ପ୍ରମୁଖ ସ୍ଥଳ। ମୟୂରଭଞ୍ଜରେ ଦେବୀ ସୁଭଦ୍ରାଙ୍କ ରଥ ମହିଳାମାନେ ଟାଣନ୍ତି। ଆଜି ମୟୂରଭଞ୍ଜର ଝିଅ ଦେଶର ରାଷ୍ଟ୍ରପତି ହୋଇଛନ୍ତି। ବିଜେପି ସରକାର ଆଦିବାସୀ କଲ୍ୟାଣ ପାଇଁ ସମର୍ପିତ। ବିଜେପି ସାନ୍ତାଳି ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିଥିଲା ବୋଲି ବି ଜିଲ୍ଲାବାସୀଙ୍କୁ ମନେ ପକାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ତୃତୀୟ ଥର ମଜବୁତ ମୋଦୀ ସରକାର ବନିବା ନିଶ୍ଚିତ ହୋଇଛି। ପୂର୍ଣ୍ଣ ବହୁମତ ସରକାର ପାଇଁ ଦେଶ ନିର୍ଣ୍ଣୟ କରିନେଇଛି। ମୋଦୀ ଆଜି ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦେଉଛି। ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ଏମିତି ମାଗଣା ରାସନ ମିଳିବ। ବିଜେପି ସରକାର ଆପଣଙ୍କ ବିଜୁଳି ବିଲ୍‌ ଶୂନ କରିବ। ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବା କ୍ଷଣି ଧାନ କୁଇଣ୍ଟାଲ ୩୧ଶହ ହେବ ବୋଲି ବି ସେ ପ୍ରଧାନମନ୍ତ୍ରୀ କହିଛନ୍ତି।