Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜାମ ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ।

ଗଞ୍ଜାମ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ବଜରଙ୍ଗ ଦଳ ପ୍ରାନ୍ତ ସଂଯୋଜକ ଅମ୍ବିକା ଦାଶ ଙ୍କ ନେରୁତ୍ୱରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରୀ ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।

କିଛି ଦିନ ତଳେ ସମ୍ବଲପୁର ସହରରେ ଶ୍ରୀରାମ ନବମୀ ଶୋଭାଯାତ୍ରା ରେ ମୁସଲମାନଙ୍କ ଦ୍ଵାରା ପଥର ମାଡ଼ କରାଯାଇଥିଲା ସେଥିରେ ବହୁ ଶ୍ରୀରାମ ଭକ୍ତ ଓ ସୁରକ୍ଷା କର୍ମୀ ପୋଲିସ ଭାଇ ମାନେ ଓ IIC ମଧ୍ୟ ଗୁରୁତର ଆହତ ହୋଇଥିଲେ , ଏହା ପରଦିନ ହନୁମାନ ଜୟନ୍ତୀ ପାଳନ ଅବସରରେ ଜଣେ ହିନ୍ଦୁ ଯୁବକ ଙ୍କୁ ପୁଣି ହତ୍ୟା କରିବା ପ୍ରଶାସନର ବିଫଳତାକୁ ସୂଚାଉଛି ।ଏଣୁ ଆମେ ଏହାକୁ ନିନ୍ଦା କରିବା ସହ ଦୋଷୀଙ୍କୁ ଚିହ୍ନଟ କରି ତୁରନ୍ତ ଦଣ୍ଡ ଦେବାକୁ ଦାବି କରିଛୁ।ଖ୍ରୀଷ୍ଟିଆନ ଙ୍କ କେଣ୍ଡଲ ଶୋଭାଯାତ୍ରା ହେଉ କିମ୍ବା ମୁସଲମାନ ମାନଙ୍କ ରମଜାନ ଶୋଭାଯାତ୍ରା କେବେ କୋଉଠି ବି ହିନ୍ଦୁସମାଜ ବିରୋଧ କରିନି କିନ୍ତୁ ହିନ୍ଦୁ ଧର୍ମ ର ପର୍ବ ଓ ଶୋଭାଯାତ୍ରା ଉପରେ ପଥର ମାଡ ଓ ଶୋଭାଯାତ୍ରାକୁ ଭଣ୍ଡୁର କରିବା ଯୋଜନା ସବୁବେଳେ ହେଉଛି । ତେଣୁ ରାଜ୍ୟ ସରକାର ଏଥିପ୍ରତି ସଚେତନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବିଶ୍ବହିନ୍ଦୁ ପରିଷଦ ତରଫରୁ ଚେତାବନୀ ଦିଆଯାଇଛି । RDC କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଆଜିର କାର୍ଯ୍ୟକ୍ରମରେ ପ୍ରାନ୍ତ କାର୍ଯ୍ୟକର୍ତ୍ତା ମୂରଲୀଧର ପଣ୍ଡା, ରମାକାନ୍ତ ରଥ, ରମେଶ ତ୍ରିପାଠୀ,ମହନ୍ତ ଚିନ୍ମୟା ନନ୍ଦ ଦାଶ ମହାରାଜ, ଘୁମୁସର ସଭାପତି ସୁଧୀର ନାୟକ, ବଟକୃଷ୍ଣ ପଣ୍ଡା ବିଭାଗ ସମ୍ପାଦକ ଅରୁଣ ପାଢ଼ି, ଧର୍ଯ୍ୟଧର ସ୍ୱାଇଁ, ସତ୍ୟ ନାରାୟଣ କାର୍ଜି ରାଜୀବ ଖାଡଙ୍ଗା, ବଳରାମ ମହାରଣା, ଗୋପାଳ କୃଷ୍ଣ ସ୍ୱାଇଁ ଜୟନ୍ତ ଭାଇ, ନନ୍ଦୀ ଭାଇ, ଦେବାଶିଷ ମିଶ୍ର ବାଲାକୃଷ୍ଣ ରେଡ୍ଡୀ, ରାମକୃଷ୍ଣ ରେଡ୍ଡୀ ପ୍ରଶାନ୍ତ ପାଢ଼ୀ ମନୋଜ ବେହେରା ଶିବରାମ ବେହେରା ଦିବସ ଦାଶ, ପବିତ୍ର ସେଠୀ,ଗୌତମ ମହାରଣା ଓ ବହୁ ବଜରଙ୍ଗ ଦଳ କର୍ମୀମାନେ ଯୋଗଦେଇଥିଲେ ।

More Stories