Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଡିଶାରେ ବିଜେଡି ଓ ବିଜେପି ମିଶିକି ଅଛନ୍ତି, ପାଣ୍ଡିଆନ ସରକାର ଚଳାଉଛି: ରାହୁଲ ଗାନ୍ଧୀ

ବାଲେଶ୍ୱର: ବାଲେଶ୍ୱର ସିମୁଳିଆରେ କଂଗ୍ରେସ ପକ୍ଷରୁ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ବିଜେପି ଓ ବିଜେଡି ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ପାଣ୍ଡିଆନଙ୍କୁ ମଧ୍ୟ ତେରଚ୍ଛା ବାଣ ମାରିଛନ୍ତି ରାହୁଲ । ବିଜେପି ସମ୍ବିଧାନକୁ ଶେଷ କରିବାକୁ ଚାହୁଁଛି । ଦୁନିଆର ଏଭଳି କୌଣସି ଶକ୍ତି ନାହିଁ ଯିଏ ସମ୍ବିଧାନକୁ ସମାପ୍ତ କରି ଦେବ । ଓଡିଶାରେ ବିଜେଡି ଓ ବିଜେପି ମିଶିକି ଅଛନ୍ତି । ସେମାନଙ୍କ ଚିନ୍ତାଧାରା ଗୋଟିଏ ।

ରାହୁଲ କହିଛନ୍ତି ଯଦି ନବୀନ ବିଜେପି ବିରୋଧରେ ଲଢୁଛନ୍ତି ତେବେ ତାଙ୍କ ନାଁରେ ମାମଲା କାହିଁକି ହେଉନି । ମୋଦୀ-ନବୀନଙ୍କ ପାର୍ଟନରସିପ ଭାଙ୍ଗି ଫିଙ୍ଗି ଦେବାକୁ ଚାହୁଁଛୁ । ଓଡିଶାରେ ପାଣ୍ଡିଆନ ସରକାର ଚଳାଉଛନ୍ତି । ଜୁନ ୪ରେ ଆମ ସରକାର ହେବ । ଆମେ ମହାଲକ୍ଷ୍ମୀ ଯୋଜନା ଚାଲୁ କରିବୁ । ଜୁଲାଇ ୫ରେ ମହିଳାଙ୍କ ଆକାଉଣ୍ଟକୁ ୮୫୦୦ ଟଙ୍କା ଆସିବ । କ୍ଷମତାକୁ ଆସିଲେ ଆମେ ଚାଷୀଙ୍କ ଋଣଛାଡ କରିବୁ । ଅଗ୍ନିବୀର ଯୋଜନାକୁ ଅଳିଆ ଗଦାରେ ଫିଙ୍ଗି ଦେବୁ । ଅଗ୍ନିବୀର ଯୋଜନା ରଦ୍ଦ କରିବୁ । ରାଜ୍ୟରେ ୩୦ ଲକ୍ଷ ନିଯୁକ୍ତି ଦେବୁ ।

ରାହୁଲ କହିଛନ୍ତି, ଏତେ ଅହଙ୍କାର ଯେ, ବିଜେପି ନେତା ମହାପ୍ରଭୁ ଜଗନ୍ନାଥଙ୍କ ଅପମାନ କଲେ । ସମ୍ବିଧାନ ବଞ୍ଚେଇବାକୁ ହେବ । କଂଗ୍ରେସକୁ ଭୋଟ୍ ଦେଇ ଜିତାନ୍ତୁ । ଯୁବ, କୃଷକ, ମହିଳା ସଭିଙ୍କ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ରାହୁଲ ସିମୁଳିଆରେ କହିଛନ୍ତି ।