Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୀନଙ୍କ ବଡ ବୟାନ, କହିଲେ- ପାଣ୍ଡିଆନ ମୋର ଉତ୍ତରାଧିକାରୀ ନୁହନ୍ତି

ଭୁବନେଶ୍ୱର: ପ୍ରଶାସନ ଅଧିକାରୀରୁ ନେତା ପାଲଟିଥିବା ଭିକେ ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ପରବର୍ତ୍ତୀ ଉତ୍ତରାଧିକରୀ । ଏହାକୁ ନେଇ ପୁରା ନିର୍ବାଚନରେ ଜୋରଦାର ଚର୍ଚ୍ଚା ଚାଲିଛି ଏବଂ ରାଜନୀତି ମଧ୍ୟ ଜୋର ଧରିଛି । ଏସବୁ ଭିତରେ ନୀରବତା ଭାଙ୍ଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି । ଜାତୀୟ ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହନ୍ତି ବୋଲି ନବୀନ ସ୍ପଷ୍ଟ କରିଛନ୍ତି । ମୋ ଉତ୍ତରାଧିକାରୀ ଲୋକେ ସ୍ଥିର କରିବେ ।

ଓଡିଶାରେ ବିଜେଡି ନିର୍ବାଚନ ଜିତିଲେ ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି ସେହି ସମୟରେ ନବୀନ ପଟ୍ଟନାୟକ ଏହି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ସେ କହିଛନ୍ତି ଓଡ଼ିଶା ଲୋକ ତାଙ୍କର ଉତ୍ତରାଧିକାରୀ ସ୍ଥିର କରିବେ। ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହନ୍ତି। ଏ କଥାକୁ ଅଯଥାରେ କେବଳ ଅପପ୍ରଚାର କରାଯାଉଛି। ଏହା ସହିତ ନବୀନ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ବୟାନକୁ ନେଇ ମଧ୍ୟ ମତ ରଖିଛନ୍ତି। ଗତକାଲି କହିଥିବା କଥାକୁ ସେ ଆଜି ପୁଣିଥରେ ଦୋହରାଇଛନ୍ତି।

ଚଳିତ ନିର୍ବାଚନରେ ଓଡ଼ିଆ ଅସ୍ମିତାକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିଛି । ମୁଖ୍ୟମନ୍ତ୍ରୀ ନବୀନ ବାହାର ଲୋକଙ୍କ କବଜାରେ ରହିଥିବା ଏବଂ ତାମିଲ ବାବୁ ତାଙ୍କୁ ନିୟନ୍ତ୍ରଣ କରୁଥିବା ନେଇ ଦଳ ଟାର୍ଗେଟ୍ କରି ଆସିଛି । ଦଳର ୪୦ ଜଣିଆ ଷ୍ଟାର ପ୍ରଚାରକ ଥାଇ ମଧ୍ୟ ମଧ୍ୟ ବିଜେଡି ପପକ୍ଷରୁ କେବଳ ପାଣ୍ଡିଆନ ପ୍ରାର୍ଥୀଙ୍କ ପାଇଁ ରାଜ୍ୟସାରା ପ୍ରଚାର କରୁଛନ୍ତି । ଯାହାକୁ ସହଜରେ କେହି ଗ୍ରହଣ କରି ପାରିନାହାନ୍ତି । ବିଜେଡିର ବଡ ବଡ ନେତାଙ୍କୁ ଅଣଦେଖା କରି ପାଣ୍ଡିଆନ ଦଳର ସବୁ ବୁଝିବା ସେ ହିଁ ସର୍ବେସର୍ବା ବୋଲି ମତ ପ୍ରକାଶ ପାଇଛି । ଆଉ ଏସବୁ ଭିତରେ ନବୀନ ପଟ୍ଟନାୟକଙ୍କ ଉପରୋକ୍ତ ବଡ ମନ୍ତବ୍ୟ ସାମ୍ନାକୁ ଆସିଛି ।

ତେବେ ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି କୌଶଳ ବାସ୍ତବରେ ବିଜେଡି ସପକ୍ଷରେ ଭୋଟ ଆଣିବା ପାଇଁ ନା କେବଳ ନିର୍ବାଚନୀ ଗୁଗଲି ତାକୁ ନେଇ ଚର୍ଚ୍ଚା ଚାଲିଛି । କାରଣ ଏଥର ନିର୍ବାଚନ ବିଜେଡି ପାଇଁ ସେତେଟା ସହଜ ନୁହେଁ । ଦଳ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି । କିଏ ସରକାର ଗଢିବ ଜୁନ ୪ ତାରିଖ ପୂର୍ବରୁ କହିବା ମୁସ୍କିଲ । ତେଣୁ ନବୀନ ଏମିତି ମନ୍ତବ୍ୟ ଦେଇ ଚତୁର୍ଥ ପର୍ଯ୍ୟାୟରେ ଅଧିକରୁ ଅଧିକ ଭୋଟ୍ ସାଉଁଟିବା ପାଇଁ ରଣନୀତି ଆପଣେଇଥିବା କୁହାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ