Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ରେ ବିଜୁ ବାବୁଙ୍କ ୨୬ ତମ ତିରୋଧାନ ଦିବସ ପାଳିତ

ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଆଜି ଗୋପାଳପୁର ରେ ବିଜୁ ବାବୁଙ୍କ ୨୬ ତମ ତିରୋଧାନ ଦିବସ ପାଳନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡଃ. ଗୋପବନ୍ଧୁ ଦାଶ ଯୋଗ ଦେଇଥିଲେ l ଡ଼ ଦାସଙ୍କ ସମେତ ବିଜେଡି ନେତାମାନେ ପୋଷ୍ଟ ଅଫିସ ଛକ ଠାରେ ଥିବା ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏବଂ ସେଠାରୁ ଦଳୀୟ କର୍ମୀ ମାନେ ଶୋଭାଯାତ୍ରାରେ ବାହାରି ବେଳାଭୂମି ନିକଟରେ ପହଞ୍ଚି ସ୍ବର୍ଗତ ବିଜୁ ବାବୁ ଙ୍କ ଶ୍ରାଦ୍ଧ ଦିବସ ପାଳନ କରି ତିଳତର୍ପଣ କରିବା ପରେ ବେଳାଭୂମି ସଫେଇ କରିଥିଲେ l ସୁଭଦ୍ରା ମହତାବ ସେବାସଦନ ରେ ଅନ୍ତେବାସୀ ଙ୍କୁ ଫଳ ବଣ୍ଟନ କରିଥିଲେ l ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ରକ୍ତ ଦାନ ଶିବିରକୁ ଉଦଘାଟନ କରିଥିଲେ।ଏହି ଶିବିର ରେ ଭଞ୍ଜନଗର ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ସ୍ବେଛାକୃତ ଙ୍କ ଠାରୁ ୭୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଏନ. ଏ. ସି ର ଅଧକ୍ଷ ଏ. ଜାନକୀ ରାମ,ଉପାଧ୍ୟକ୍ଷା ବି. ଉମା, ସମାଜସେବୀ ରାମ ହରି ପାତ୍ର, ବ୍ଲକ ସଭାପତି ଅଜିତ ଦାଶ, ଜିଲ୍ଲା ପରିଷଦ ଉପାଧକ୍ଷା ଏସ ରାଜେଶ୍ବରୀ ଦୋରା, ଜିଲ୍ଲା ପରିଷଦ ସଭ୍ୟ ଦିପକ ସାମନ୍ତ, ପ୍ରକାଶ ସାମନ୍ତ,ରାଜେନ୍ଦ୍ର ଚୌଧୁରୀ,କାଉନସିଲର ଜି.ମୋହନ ରାଓ,ଜିଲ୍ଲା ଯୁବ ବିଜେଡ଼ି ସଭାପତି ଭବାନୀ କାନ୍ତ ସାହୁ,ଦିଲେଶ୍ଵର ରେଡି ଙ୍କ ସମେତ ସମସ୍ତ କାଉନସିଲ ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।