କୌଣସି ଉଦ୍ୟୋଗପତିଙ୍କ ଋଣଛାଡ କରାଯାଇ ନାହିଁ, ୧୦ ବର୍ଷର ହିସାବ ଦେଲେ ନିର୍ମଳା ସୀତାରମଣ


ନୂଆଦିଲ୍ଲୀ: ଦେଶର କୌଣସି ଉଦ୍ୟୋଗପତିଙ୍କ ଋଣଛାଡ କରାଯାଇ ନାହିଁ । ଇଡି ଏ ପର୍ଯ୍ୟନ୍ତ ୬୪ ହଜାର ୯୨୦ କୋଟି ଟଙ୍କାର ସଂପତ୍ତି ବ ୍ୟାଜାପ୍ତି କରି ସାରିଛି । ଏବେ ବି ୧୧୦୫ ଋଣ ଖିଲାପକାରୀ ତଦନ୍ତ ପରିସରଭୁକ୍ତ ଅଛନ୍ତି । ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ମୋଦୀ ସରକାରରେ କୌଣସି ବି ଉଦ୍ୟୋଗପତିଙ୍କ ଋଣଛାଡ କରାଯାଇ ନାହିଁ । ବିରୋଧୀ ମିଛ କହିବା ଏବଂ ମନ ଗଢା କାହାଣୀ କହିବାରେ ଅଭ୍ୟସ୍ତ ହୋଇ ଗଲାଣି । ବିରୋଧୀଙ୍କୁ ଲୋନ ୱେଭର ଓ ରାଇଟ ଅଫରେ କୌଣସି ଫରକ ଜଣା ନାହିଁ ।

ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ, ରାଇଟ୍ ଅଫ ପରେ ବ୍ୟାଙ୍କ ସକ୍ରିୟ ଭାବେ ଋଣ ଖିଲାପକାରୀଙ୍କଠୁ ଋଣ ଅର୍ଥ ସଂଗ୍ରହରେ ଜୁଟି ଯାଆନ୍ତି । କୌଣସି ବି ଉଦ୍ୟୋଗପତିଙ୍କ ଋଣଛାଡ ମୋଦୀ ସରକାର କରି ନାହାନ୍ତି । ଅନ୍ୟପଟେ ବ୍ୟାଙ୍କ ବେଡ ଲୋନରୁ ୧୦ ଲକ୍ଷରୁ ଅଧିକ ଭରଣା କରି ସାରିଛି । ଇଡି ୧୧୦୫ ମାମଲାର ଯାଞ୍ଚ କରୁଛି । ଏଥିରୁ ୬୪ ହଜାର ୯୨୦ କୋଟି ଟଙ୍କାର ସଂପତ୍ତି ବ୍ୟାଜାପ୍ତି କରାଯାଇଛି. ୨୦୨୩ ଡିସେମ୍ବରର ତଥ୍ୟ ଅନୁଯାୟୀ, ୧୫ ହଜାର ୧୮୩ କୋଟିର ରାଶି ସରକାରୀ ବ୍ୟାଙ୍କକୁ ଫେରାଇ ଦିଆଯାଇଛି । ବେଡ ଲୋନ ରିକଭରିରେ କୌଣସି ପ୍ରକାରର କୋହଳ ମନୋଭାବ ପୋଷଣ କରାଯାଇ ନାହିଁ । ବିଶେଷ କରି ବଡ ବଡ ଋଣ ଖିଲାପକାରୀଙ୍କଠୁ ଋଣ ଅର୍ଥ ଆଦାୟ କରାଯାଉଛି ।

ଅର୍ଥମନ୍ତ୍ରୀ କହିଛନ୍ତି, ପୂର୍ବ ସରକାରର ଭୁଲ ନିୟମ କାରନରୁ ବ୍ୟାଙ୍କିଂ ଓ କର୍ପୋରେଟ୍ ସେକ୍ଟରକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ହେଲେ ମୋଦୀ ସରକାରରେ ବ୍ୟାଙ୍କ ଗୁଡିକୁ ଏନପିଏରୁ ମୁକ୍ତ କରି ଦିଆଗଲା । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ନିଜର ନିହିତ ସ୍ୱାର୍ଥ ପାଇଁ ବ୍ୟାଙ୍କ ସେକ୍ଟରକୁ ଦୁର୍ନୀତିରେ ଫସାଇ ଦେଇଥିଲା । ବେପରୁଆ ଭାବେ ଲୋକଙ୍କୁ ଋଣ ଦିଆଗଲା । ଏମିତି ଲୋକଙ୍କୁ ଋଣ ଦିଆଗଲା ଯେଉଁମାନଙ୍କ ପାର୍ଟି ସହ ସମ୍ବନ୍ଧ ଥିଲା । ଏମିତିରେ ବ୍ୟାଙ୍କଗୁଡିକୁ ମଧ୍ୟ ବିବଶ ହୋଇ ସେ ସବକୁ ଅଣଦେଖା କରିବାକୁ ପଡିଥିଲା ବୋଲି ସୀତାରମଣ କହିଛନ୍ତି ।