Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୁରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା

ଗୋପାଳପୁର ୩୧/୫
ଡୁରା ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା l ଅବସର ନେଉଥିବା ବିଦ୍ୟାଳୟର ଅଧକ୍ଷ ବିଧୁଭୂଷଣ ନାୟକଙ୍କ କାର୍ଯ୍ୟକଳାପର ଗୁଣ‌ଗାନ କରାଯାଇଥିଲା l ଡ଼ ହରିହର ମୁନି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l ଡ଼. ଇଶ୍ବରୀ ପ୍ରସାଦ ସାହୁ, ମମତା କୁମାରି ମିଶ୍ର, ମଙ୍ଗୁଳିଆ ସେଣ୍ଡ, ଡ଼. ଗଗନ ବିହାରୀ ପୁରୋହିତ, ଡ଼. ସୁଦର୍ଶନ ସାହୁ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ଉପରେ ପ୍ରଶଂସା କରିବା ସହ ନିଜ ନିଜ ମତ ରଖିଥିଲେ l ପ୍ରଶାନ୍ତ କୁମାର ପାତ୍ର ମାନପତ୍ର ପାଠ କରିଥିଲେ l ଏହି ଅବସରରେ ନୂତନ ଅଧକ୍ଷl ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରାଧ୍ୟାପିକା ଶର୍ମିଳା ପଣ୍ଡା ଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲାl ଦକ୍ଷିଣାଚଂଳ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡ଼. ଶିଦ୍ଧାର୍ଥ ଶଙ୍କର ପାଢ଼ୀ, ଉଚ୍ଚମାଧ୍ୟମିକ ଦକ୍ଷିଣାଚଂଳ ଉପନିର୍ଦ୍ଦେଶକ ଡ଼. ଶୁଶାନ୍ତ କୁମାର ଦାସ ଯୋଗ ଦେଇଥିବା ବେଳେ ଡ଼ ହରିହର ମୁନୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories