Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଗୋପାଳପୁର ୩୧/୫
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସିନେଟ ହଲ ପରିସରରେ ଆଜି ଅପରାହ୍ନରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଅବସର ଗ୍ରହଣ କରୁଥିବା ଭୁବନେଶ୍ୱର ସ୍ଥିତ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁକପତି ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ପ୍ରସନ୍ନ ସ୍ୱାଇଁ,ଏମ ବି ଏ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ସୁଶାନ୍ତ କୁମାର ବରାଳ,ପରୀକ୍ଷା ବିଭାଗର ସେକ୍ସନ ଅଫିସର ଏମ. ସତ୍ୟ ନାରାୟଣ ପାତ୍ର ଏବଂ ଭାରତୀ ଭୂଷଣ ପାଢ଼ୀ ପ୍ରମୁଖଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।l ଏହି ଅବସରରେ ଦୁର୍ଗା ଚରଣ ହୋତା, ଡ଼. ସତ୍ୟବ୍ରତ ପାତ୍ର, ଡ଼. ମିହିର କୁମାର ତ୍ରିପାଠୀ, ଡ଼. ସମୀର ଭୋଇ ପ୍ରମୁଖ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କ ଗୁଣଗାନ କରିଥିଲେ l କୁଳପତି ପ୍ରଫେସର ଦାଶ ବିଦାୟ ନେଉଥିବା କର୍ମଚାରୀଙ୍କ କାର୍ଯ୍ୟକଳାପକୁ ଉଚ୍ଚ ପ୍ରଶଂସା କରିଥିଲେ l କର୍ମଚାରୀ ମାନେ ବିଶ୍ଵବିଦ୍ୟାଳୟ ପ୍ରତି ନିଷ୍ଠାପର ସହ କାର୍ଯ୍ୟ ତୁଲାଇବାକୁ ପରାମର୍ଶ ଦେଇଥିଲେ l ଖାଲି ପଡ଼ିଥିବା ପଦବୀ ପୂରଣକୁ ନେଇ ଦୃଷ୍ଟି ଦେବେ ବୋଲି କହିବା ସହ ଅବସର ନେଉଥିବା କର୍ମଚାରୀ ମାନେ ଦୀର୍ଘ ବର୍ଷ ଧରି ବିଶ୍ଵବିଦ୍ୟାଳୟକୁ ସେବା ଦେଉଥିବାରୁ ଆସନ୍ତା ମାସ ଠାରୁ ବିଦାୟ କାଳୀନ ସମ୍ବର୍ଦ୍ଧନାକୁ ଧନ୍ୟବାଦ ସଭା ରୂପେ ପାଳନ କରିବାକୁ କହିଥିଲେ l ଏହି ଅବସରରେ ଅବସର ନେଉଥିବା କର୍ମଚାରୀଙ୍କୁ ମାନପତ୍ର ସହ ଉପଢ଼ୋକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l ଅବସର ନେଉଥିବା ଦେବ ରାଜ ମୃଡୁଙ୍ଗିଆ ଦେହ ଖରାପ ଯୋଗୁଁ ଅନୁପସ୍ଥିତ ଥିଲେ l
ଏହି କାର୍ଯ୍ୟକ୍ରମରେ କୁଳସଚିବ ସଚିଦାନନ୍ଦ ନାୟକ ,ଉପ କୁଳସଚିବ ଡ଼. ବାବୁଜୀ ସାମଲ, ପରୀକ୍ଷା ନିୟନ୍ତ୍ରକ ଡ଼. ସତ୍ୟ ନାରାୟଣ କୁଣ୍ଡ, ସହ ପରୀକ୍ଷା ନିୟନ୍ତ୍ରକ ଡ଼. ସରୋଜ କୁମାର ଦାଶ, ବିତ୍ତ ନିୟନ୍ତ୍ରକ ଅଶୋକ କୁମାର ଢାଙ୍ଗଡାମାଝୀଙ୍କ ସମେତ ଶିକ୍ଷକ, ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ l ଡ଼. ଶଙ୍କର ମାଝୀ ସଭା ପରିଚାଳନା କରିଥିବା ବେଳେ ଭଗବାନ ପାତ୍ର, ଇଶ୍ୱର ରାଓ, ରମେଶ ପଟ୍ଟନାୟକ, ସହଦେବ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories