Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ବେଳାଭୂମି ରେ ବିପଦ ସଂକୁଳ ଅବସ୍ଥା ରେ ବିଦ୍ୟୁତ ବିଭାଗ ର ଡି ପି ସୁଇଚ ବୋର୍ଡ।

ଗୋପାଳପୁର,୩୧/୦୫
ଗୋପାଳପୁର ବେଳାଭୂମି ଅଞ୍ଚଳରେ ନିରବିଛନ୍ନ ଭାବେ ବିଦ୍ୟୁତ୍ ସରବାରହ ପ୍ରଦାନ ନିମନ୍ତେ ବିଦ୍ୟୁତ ବିଭାଗ ପକ୍ଷରୁ ଭୂତଳ ବିଦ୍ୟୁତିକରଣ ବ୍ୟବସ୍ଥା କରା ଯାଇଥିଲା।ଏହା ସହ ଏହାର ସୁପରିଚାଳନା ନିମନ୍ତେ ବେଳାଭୂମି ର କେତେକ ସ୍ଥାନରେ ଡି ପି ସୁଇଚ ବୋର୍ଡ ସ୍ଥାପନ କରା ଯାଇଥିଲା।ଏହା ମଧ୍ୟରେ ଗତ କିଛି ମାସ ହେବ ଉକ୍ତ ବୋର୍ଡ ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯାଇଥିବା ବେଳେ ବିପଦ ସଂକୁଳ ଅବସ୍ଥାକୁ ଚାଲି ଆସିଛି। ପରିସ୍ଥିତି ଏପରି ହୋଇଛି ଯେ ଅସାବଧାନତା ବଶତଃ କୈାଣସି ପର୍ଯ୍ୟଟକ ଖୋଲାମେଲା ପଡି ରହିଥିବା ଉକ୍ତ ବୋର୍ଡ଼ ସଂସ୍ପର୍ଶରେ ଆସିଲେ ଜିବନ ଯିବା ନିଶ୍ଚିତ ହେବା ପରିସ୍ଥିତି ସୃଷ୍ଟି ହୋଇଛି। ବେଳାଭୂମି ର ଏକ କିଲୋମିଟର ଅଞ୍ଚଳରେ ବିଦ୍ୟୁତ ବିଭାଗ ପକ୍ଷରୁ ସବୁ ସ୍ଥାନରେ ଥିବା ଭଳି ବିଦ୍ୟୁତ ଖୁଣ୍ଟ ଓ ତାରର ବ୍ୟବସ୍ଥା ରହିଥିଲା। ବେଳାଭୂମି ର ଏହା ସମ୍ମୁଖ ଭାଗରେ ରହୁଥିବା ଯୋଗୁଁ ସବୁ ସମୟରେ ବିଦ୍ୟୁତ ବିଭ୍ରାଟ ଲାଗି ରହିବା ସହ ବିପଦ ଘାରି ରହୁଥିଲା।ଗତ ତିନିବର୍ଷ ତଳେ ତତ୍କାଳୀନ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପକ୍ଷରୁ ବିଦ୍ୟୁତ ବିଭାଗ କୁ କୁହାଯାଇ ହୋଟଲ ହୋଲିଡେ ହୋମ ଠାରୁ ଓମ୍ ସାଇ ଫାର୍ମାସି କଲେଜ ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ବେଳାଭୂମି ଅଞ୍ଚଳରେ ଭୂତଳ କେବଲ ବ୍ୟବସ୍ଥା କରାଯିବା ସହ ବିଦ୍ୟୁତ ପରିଚାଳନା ନିମନ୍ତେ ସାତଟି ସ୍ଥାନରେ ଡି ପି ସୁଇଚ ବୋର୍ଡ ସ୍ଥାପନ କରା ଯାଇଥିଲା।ଏହା ମଧ୍ୟରେ ଏଗୁଡ଼ିକ ନଷ୍ଟ ହୋଇ ଯାଇଥିବା ଯୋଗୁଁ ତୁରନ୍ତ ଏହାର ମରାମତି କରାଯିବାକୁ ସାଧାରଣରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories