Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟି -୨୦ ,୨୦୨୪ ବିଶ୍ବକପ ପାଇଁ ଶିଳ୍ପୀ ବିଜୟ ଙ୍କ ପକ୍ଷରୁ ପେନସିଲ ମୁନରେ କ୍ଷୁଦ୍ର ବିଶ୍ବକପ ନିର୍ମାଣ

ଗୋପାଳପୁର,୩୧/୦୫
ଗୋପାଳପୁର ସନ୍ନିକଟ ଡୁରା ଗ୍ରାମ ନିବାସୀ ତଥା ୨୨ ବର୍ଷିୟା ଶିଳ୍ପୀ କେ ବିଜୟ କୁମାର ରେଡ୍ଡୀ ପୁଣିଥରେ ନିଜର ଅସାଧାରଣ ପ୍ରତିଭା ପାଇଁ ଶୁଭେଛା ର ପାତ୍ର ପାଲଟିଛନ୍ତି। ତାଙ୍କର ଜଟିଳ ଏବଂ ସଠିକ୍ କଳାକୃତି ପାଇଁ ଜଣାଶୁଣା, ବିଜୟ ମାତ୍ର ୧.୫ ସେମି ଉଚ୍ଚତା ବିଶିଷ୍ଟ ଆଇସିସି ଟି ୨୦ ବିଶ୍ବକପ୍ କଳାକୃତି କୁ ଏକ ପେନସିଲ ମୁନରେ ପ୍ରସୃତ କରିଛନ୍ତି।କ୍ଷୁଦ୍ର କଳାକୃତି ନିର୍ନିମାଣ କ୍ଷେତ୍ର ରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଦାଖଲ କରିଥିବା ବିଜୟ ଙ୍କ ପକ୍ଷରୁ ଟି-୨୦ ବିଶ୍ୱକପ ୨୦୨୪ କୁ ପାଳନ କରିବା ସହ ଭାରତୀୟ କ୍ରିକେଟ ଦଳକୁ ଶୁଭେଚ୍ଛା ଜଣାଇବା ପାଇଁ ଏହି କ୍ଷୁଦ୍ର କଳାକୃତି ନିର୍ମାଣ କରିଥିବା ପ୍ରକାଶ କରିଛନ୍ତି। ବିଶ୍ୱକପ ଟ୍ରଫି ସହିତ ବିଜୟ ଙ୍କ ଦ୍ବାରା ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ୧.୫ ସେମି ଉଚ୍ଚତା ବିଶିଷ୍ଟ କଳାକୃତି କୁ ପେନସିଲ ରେ ନିର୍ମାଣ କରି ଷ୍ଟାର କ୍ରିକେଟରଙ୍କୁ ସହ ଟୁର୍ନାମେଣ୍ଟ ରେ ବିଜୟ ପାଇଁ ଶୁଭକାମନା ପ୍ରଦାନ କରୁଥିବା ମତପୋଷଣ କରିଛନ୍ତି। ବିଜୟ ଙ୍କ ଉଲ୍ଲେଖନୀୟ ଦକ୍ଷତା ପାଇଁ ଉଭୟ ଭାରତ ସରକାର ଏବଂ ରାଜ୍ୟ ସରକାର ଙ୍କ ପକ୍ଷରୁ ପ୍ରଶଂସିତ କରା ଯାଇଥିବା ସହ ଏସିଆ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ର ଅଧିକାରୀ ହୋଇପାରିଛନ୍ତି।ବିଜୟ ବିଭିନ୍ନ ସମୟରେ ଚକଖଡି,ପେନସିଲ ଓ ଚାଉଳରେ ବିଭିନ୍ନ କଳାକୃତି ମାନ ନିର୍ମାଣ କରି ନିଜର ଅସାଧାରଣ ପ୍ରତିଭାର ଦକ୍ଷତା ପ୍ରତିପାଦନ କରି ପାରିଛନ୍ତି।
|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories