Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ

ପୁରୀ: ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ନିକଟରେ ଲାଗିଲା ନିଆଁ । ଦ୍ବାର ନିଟକରେ ଥିବା ଅଳିଆ ଗଦା ହୁତୁହୁତୁ ହୋଇ ଜଳିଛି । କେହି ଦୁର୍ବୃତ୍ତ ଅଳିଆ ଗଦାରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏଥିରେ କାହାର କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି ।

ଆଜି ସକାଳେ ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ନିଆଁ ଲାଗିଯାଇଥିଲା । ଶୀଘ୍ର ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ହେଲେ ଅତ୍ୟଧିକ ଧୂଆଁ ହେଉଥିବାରୁ ଅଗ୍ନିଶମ ବାହିନୀକୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇ ପଡ଼ିଥିଲା ।

ତେବେ କିଏ ଏହି ନିଆଁ ଲଗାଇଲା, କାହିଁକି ନିଆଁ ଲଗାଇଲା ତାହାର ଅସ୍ପଷ୍ଟ ରହିଛି । ଏନେଇ ପୋଲିସ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।