ପଶ୍ଚିମବଙ୍ଗରେ ମତଦାନ ବେଳେ ତୁମୁଳକାଣ୍ଡ, ଇଭିଏମକୁ ନେଇ ପୋଖରୀରେ ଫିଙ୍ଗିଲେ ଉତ୍ତେଜିତ ଲୋକ


କୋଲକାତା: ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର କୁଲତଲି ଗାଁରେ ମତଦାନ ବେଳେ ତୁମୁଳକାଣ୍ଡ ଘଟିଛି। ଉତ୍ତେଜିତ ଭିଡ ମତଦାନ କେନ୍ଦ୍ରରେ ପଶି ଇଭିଏମକୁ ନେଇ ନିକଟ ପୋଖରୀରେ ଫିଙ୍ଗିଛନ୍ତି । ଫଳରେ ପୋଲିଂ ବାଧାପ୍ରାପ୍ତ ହୋଇଛି । କିଛି ଲୋକଙ୍କୁ ପୋଲିଂ ବୁଥ ଭିତରକୁ ଯିବାକୁ ରୋକିବାରୁ ଏମିତି ଘଟଣା ଘଟିଛି ।

ଲୋକଙ୍କୁ ମତଦାନ କେନ୍ଦ୍ର ଭିତରକୁ ଯିବାକୁ ମନା କରିବାରୁ ଲୋକେ କ୍ରୋଧିତ ହୋଇ ଉଠିଥିଲେ ଏବଂ ବଳପୂର୍ବକ କେନ୍ଦ୍ର ଭିତରେ ପଶିଥିଲେ । ଭେରିଫାଏଡ ପେପର ଅଡିଟ୍ ଟ୍ରେଲରୁ ଇଭିଏମକୁ କାଢି ନେଇ ପୋଖରୀରେ ଫିଙ୍ଗି ଦେଇଛନ୍ତି । ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି ।

ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇ କହିଛନ୍ତି, ୧୨୯-କୁଲତଲି ଗାଁରେ ବେନିମାଧପୁର ଏଫପି ସ୍କୁଲ ନିକଟସ୍ଥ ଏକ ମତଦାନ କେନ୍ଦ୍ରରୁ ରିଜର୍ଭ ଇଭିଏମ ଓ କାଗଜପତ୍ର ଲୁଟପାଟ୍ ହୋଇଛି । ଭିଭିପାଟ ମେସିନକୁ ପୋଖରୀରେ ଫିଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ଅଧିକାରୀଙ୍କ ଦ୍ୱାରା ଏଫଆଇଆର ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ଉକ୍ତ ବୁଥକୁ ନୂଆ କାଗଜପତ୍ର ଓ ଇଭିଏମ ଯୋଗାଇ ଦିଆଯାଇଛି । ବାକି ସମସ୍ତ ୬ଟି ବୁଥରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଛି ।

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।