Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭୋଟିଂ ବେଳେ ଟଳି ପଡିଲେ ବିଏଲଓ, କାରଣ ଅସ୍ପଷ୍ଟ

ଯାଜପୁର: ଶେଷ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଟଳି ପଡିଲେ ବିଏଲଓ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଓଳେଇଚନ୍ଦନପୁର ୧୫୭ନଂ ବୁଥ୍‌ରେ ଏହି ଅଘଟଣ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବିଏଲଓ ମନୋରଞ୍ଜନ ସାହୁ ।

ସୂଚନା ଅନୁଯାୟୀ, ବିଞ୍ଝାରପୁର ଓଳେଇଚନ୍ଦନପୁର ୧୫୭ନଂ ବୁଥ୍‌ରେ ମନୋରଞ୍ଜନ ନିର୍ବାଚନ ଡ୍ୟୁଟିରେ ଥିଲେ। ହଠାତ୍ ସେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ମନୋରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ । ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଯୋଗୁଁ ଅଂଶୁଘାତରେ ବିଏଲଓଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । କିନ୍ତୁ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି । ସେହିପରି ଆଜି ବାଲେଶ୍ୱର ଜିଲ୍ଲା ନୀଳଗିରିର ଈଶ୍ୱରପୁରର ୧୫୯ ନଂ ବୁଥରେ ଭୋଟ୍ ଦେବାକୁ ଆସିଥିବା ବେଳେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି।

More Stories