Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପିତା ମହୁଲ ଗାଁ ମୁଣ୍ଡ ଉପରେ ବିପଦ ସଙ୍କୁଳ ଅବସ୍ତାରେ ଝୁଲୁଛି ବିଦ୍ୟୁତ ତାର

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ଗ୍ରାମକୁ ଥିବା ରାସ୍ତା ମୁଖଶାଳା ଦେଇ ଟଣା ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ମୁଣ୍ଡରେ ପିଟି ହେବା ପରି ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଛି I ଏହା ସୁବଳୟା – କଦଳିଗଡ଼ ମୁଖ୍ୟ ରାସ୍ତା ରୁ ପିତାମହୁଲ ଗ୍ରାମ ରହିଥିବାବେଳେ ସର୍ବଦା ଲୋକ ଗହଳି ସାଙ୍ଗକୁ ଗାଡି ମୋଟର ଯିବା ଆସିବା କରିଥାଏ I ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି I ନୂତନ ଭାବେ ଟଣା ଯାଇଥିବା ଏହି ତାରକୁ କେହି ଦୁର୍ବୃତ୍ତ ଚୋରି କରି କାଟି ନେଇ ଥିବା ଗ୍ରାମବାସୀ ସନ୍ଦେହ କରନ୍ତି I ଝୁଲି ରହିଥିବା ଉକ୍ତ ତାର କୁ ଅତିଶୀଘ୍ର ରାସ୍ତାରୁ ହଟାଇବାକୁ ସାଧାରଣରେ ଦାବି କରିଛନ୍ତି l