Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡାରୀରେ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୨୬ ତମ ଶ୍ରାଦ୍ଧ ଦିବସ ପାଳନ।

ଗୁଡାରୀ,ରାୟଗଢ଼ା ଜିଲ୍ନା ଗୁଡାରୀ ପରିଷଦରରେ ପ୍ରବାଦ ପୁରୁଷ ଶ୍ରୀ ବିଜୟାନନ୍ଦ ପଟ୍ଟନାୟକଙ୍କ (ବିଜୁ ପଟ୍ଟନାୟକ) ୨୬ ତମ ଶ୍ରାଦ୍ଧ ଦିବସ ସମସ୍ତ ବିଜୁ ପ୍ରେମିଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି। ବିଜୁବାବୁଙ୍କ ଫୋଟ ଚିତ୍ର ନିକଟରେ ଦିପ ପ୍ରଜ୍ୱଳନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ପରେ ମହାନ ପୁରୁଷଙ୍କ ସ୍ମୁତି ଚାରଣ କରାଯାଇଥିଲା। ବିଜେଡି ୟୁତ୍ ଉପ ସଭାପତି କେଦାର ସାହୁ ,ଏବଂ ଉପଦେଷ୍ଟା ସନ୍ତୋଷ ମହାନ୍ତିଙ୍କ ,କର୍ମୀ ପରିଚାଳନା ସୁବାଷ ଗୌଡ଼ ,ରାମ ଗମାଙ୍ଗ ଏନଏସି ଅଧ୍ୟକ୍ଷା ସରମିତା ଶବର ବ୍ଳକ ୟୁତ ସଭାପତି ବଂଶୀଧର ଶବର ତଥା ସମସ୍ତ ବିଜୁ ଜନତା ଦଳର କର୍ମି ମାନେ ଗୁଡାରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ରୋଗି ମାନଙ୍କୁ ବିଭିନ୍ନ ଫଳ ପାଚଲା ସହ ରୁଟି ବଣ୍ଟନ କରିଥିଲେ । ସମସ୍ତ ନେତା ଏବଂ କର୍ମୀ ମାନେ ବିଜୁବାବୁଙ୍କ ନିତି ଆଦର୍ଶରେ ଚଳିବା ପାଇଁ ବିଜୁ ଉପଦେଷ୍ଟା ସନ୍ତୋଷ ମହାନ୍ତି ଶପତ ପାଠ କରାଇଥିଲେ । ଏଥିରେ ବରିଷ୍ଠ କର୍ମୀ ଗଙ୍ଗାଧର ଚଲାଣ ,ଚନ୍ଦ୍ର ପଣ୍ଡା , ପିଣ୍ଟୁ,ସଦାପାଣି ଗ୍ରାହୀ ,ଇଶ୍ଵର ପାଣିଗ୍ରାହୀ ଉପସ୍ଥିତ ଥିଲେ।