Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଞ୍ଚଳିକ ବିଦ୍ୟୁତ ଉପଭୋକ୍ତା ସଂଗ୍ରାମ ସମିତି ବୈଠକ ଆଗାମୀ ପଦକ୍ଷେପ ପାଇଁ ନୀତି ନିର୍ଦ୍ଧାରଣ

ଝାରସୁଗୁଡା ୩/୬ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ପଞ୍ଚାୟତ ସ୍ଥିତ ସାପ୍ତାହିକ ଶୁକ୍ରବାର ବଜାର ପରିସରରେ ରବିବାର ଅପରାହ୍ନ ୪ଟା ସମୟରେ ଆଞ୍ଚଳିକ ବିଦ୍ୟୁତ ଉପଭୋକ୍ତା ସଂଗ୍ରାମ ସମିତି ପକ୍ଷରୁ ଅଞ୍ଚଳରେ ଲାଗି ରହିଥିବା ବିଦ୍ୟୁତ ସମସ୍ୟାର ପରବର୍ତ୍ତୀ ପଦକ୍ଷେପ ନିର୍ଦ୍ଧାରଣ ପାଇଁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଆଞ୍ଚଳିକ ବିଦ୍ୟୁତ ଉପଭୋକ୍ତା ସଂଗ୍ରାମ ସମିତିର ସଭାପତି ରବୀରତ୍ନ ପଧାନ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଦ୍ଵିତୀୟ ଭୋଇ ସଭାର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଶେଷ କରି ବିଦ୍ୟୁତ ବିଭାଗ ପକ୍ଷରୁ ବିନା କାରଣରେ ଘଣ୍ଟା ଘଣ୍ଟା ଧରି କରା ଯାଉଥିବା ଅଘୋଷିତ ବିଦ୍ୟୁତ କାଟ, ଅନଭିଜ୍ଞ କର୍ମଚାରୀଙ୍କ ଦ୍ୱାରା ତ୍ରୁଟିପୂର୍ଣ୍ଣ ମିଟର ରିଡିଙ୍ଗ, ଦୀର୍ଘ ବର୍ଷଧରି କାର୍ଯ୍ୟରତ ଅଧିକାରୀ ଙ୍କୁ ତୁରନ୍ତ ବଦଳି କରିବା, ପଞ୍ଚଗାଁ ବିଦ୍ୟୁତ ସେକ୍ସନରେ ସ୍ଥାୟୀ କାର୍ଯ୍ୟାଳୟ ସ୍ଥାପନ କରିବା, ହୀରାକୁଦ ବିସ୍ଥାପିତଙ୍କୁ ସମ୍ପୂର୍ଣ୍ଣ ବିଦ୍ୟୁତ ବିଲ ଛାଡ଼ କରିବା, ପଞ୍ଚଗାଁ ଅଞ୍ଚଳରେ ୩୩ କେଭି ଲାଇନ ବାରମ୍ବାର ବିଭ୍ରାଟ ହେଉଥିବା ଯୋଗୁଁ ଝାରୁପଡ଼ା ଗ୍ରୀଡରେ ପ୍ୟାଟ୍ରୋଲିଂ କର୍ମଚାରୀଙ୍କୁ ନିୟୋଜିତ କରିବା, ପ୍ରତ୍ୟେକ ବିଦ୍ୟୁତ ଉପଭୋକ୍ତା ଙ୍କ ଘରେ ମିଟର ରିଡିଙ୍ଗ ସହ ମାସିକ ବିଦ୍ୟୁତ ଦେୟ ଏକ ସ୍ଵତନ୍ତ୍ର ଡାଏରୀ ରେ ସମସ୍ତ ବିବରଣୀ ଲିପିବଦ୍ଧ କରିବା, ଡିଜିଟାଲ ମିଟର ନାଁ ରେ ଟାଟା ପାୱାର କମ୍ପାନୀ ଉପଭୋକ୍ତାଙ୍କୁ ହରିଲୁଟ କରୁଥିବା ଆଦି ବିଷୟରେ ସରଗରମ ଆଲୋଚନା ହୋଇଥିଲା ଏବଂ ଏ ସମ୍ପର୍କରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସର୍ଵ ସମ୍ମତି କ୍ରମେ ନିଷ୍ପତ୍ତି ନିଆ ଯାଇଥିବା ସଭାପତି ଶ୍ରୀ ପଧାନ ସୂଚନା ଦେଇଛନ୍ତି । ବୈଠକରେ ପଞ୍ଚଗାଁ,ପଲସଦା, ଅତାବିରା, ଭିକମପାଲି, ମଚିଦା, କତରବଗା, ଜାମଗାଁ ଆଦି ପଞ୍ଚାୟତ ର ଉପଭୋକ୍ତାଙ୍କ ସହ ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକ ଓ ସମିତି ସଭ୍ୟ ରୋହିତ ଧୁରୁଆ, ସମାଜସେବୀ ପିକୁ ମିଶ୍ର, ଦ୍ଵିତୀୟ ଭୋଇ, ଜଗମୋହନ ପଧାନ,ଦୟାକର ପଧାନ, ରାମଚନ୍ଦ୍ର ମେହେର, ଫକୀର ସାହୁ, ଦେବଦତ୍ତ ନାଥ, ପୂର୍ଣ୍ଣାନନ୍ଦ ମହାପାତ୍ର, ଓମ ପ୍ରକାଶ ମିଶ୍ର, ଚୈତନ୍ୟ ଖମାରୀ, ଗୋବର୍ଦ୍ଧନ ବାରିକ, ବିଷ୍ଣୁ ବାରିକ, ଗୌରାଙ୍ଗ ଚାନ୍ଦ, ଡୋଳାମଣି ପଧାନ, ରାଜକୁମାର ସେଟ, ହାରାଚାନ୍ଦ ଗଡତିଆ, ତପେଶ୍ୱର ବାରିକ,ଜିତେନ୍ଦ୍ର ସାହୁ,ଛତ୍ରପତି ସାହୁ, ଲିଙ୍ଗରାଜ ସାହୁ,ମଧୁସୂଦନ ମେହେର, ମନିଜର ପଧାନଙ୍କ ସମେତ ଅଞ୍ଚଳର ବହୁ ସଂଖ୍ୟକ ବିଦ୍ୟୁତ ଉପଭୋକ୍ତା ଉପସ୍ଥିତ ରହି ସେମାନଙ୍କ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ