Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିର୍ବାଚନ ଫଳ ପରେ ଖୁସି ଖବର ଦେଇପାରେ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି ସମୀକ୍ଷା ବୈଠକ ଆରମ୍ଭ ହେବ । ସଭିଙ୍କ ନଜର ରେପୋ ରେଟ୍ ଉପରେ ରହିଛି । କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍ ବଢାଇବେ ନା କମାଇବେ ତାକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଆକଳନ କରାଯାଉଛି । ତେବେ ଦେଶର ଘରୋଇ ଉତ୍ପାଦନ(ଜିଡିପି) ୮.୨ ପ୍ରତିଶତ ଭଳି ଉଚ୍ଚ ହାରରେ ଆଗକୁ ବଢୁଥିବା ବେଳେ ଖୁଚୁରା ମୁଦ୍ରାସ୍ପୀତି ନିୟନ୍ତ୍ରଣ ମଧ୍ୟକୁ ଆସୁଥିବାରୁ ଏଥର ଆରବିଆଇ ଖୁସି ଖବର ଦେଇପାରେ ବୋଲି ଆଶା କରାଯାଉଛି ।

ଯୁଦ୍ଧ ପରେ ଦେଖା ଦେଇଥିବା ଅନିଶ୍ଚିତତା ଓ ଦରବୃଦ୍ଧି ଯୋଗୁଁ ଦୀର୍ଘ ଦିନ ହେବ ସୁଧ ହାରରେ କୌଣସି ହ୍ରାସ କରାଯାଇ ନ ଥିଲା । ଫଳରେ ଋଣ ଉପରେ ସୁଧ ଅଧିକ ରହିଥିଲା । ଏହା ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବାରେ ଏକ ପ୍ରକାରର ପ୍ରତିବନ୍ଧକ ହୋଇ ରହିଛି । ମାତ୍ର ଦରଦାମ ନିୟନ୍ତ୍ରଣରେ ରଖିବା ଜରୁରୀ ହୋଇ ପଡିଥିବାରୁ ରିଜର୍ଭ ବ୍ୟାଙ୍କ ସୁଧକୁ କମ କରିବା ଲାଗି ଚାହୁଁନାହିଁ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ଜୁନ ୫ରୁ ଜୁନ ୭ ତାରିଖ ପର୍ଯ୍ୟନ୍ତ ମୁଦ୍ରାନୀତି କମିଟି ଗଠନ ହେବ ।

ଆସୋଚାମର ଅଧ୍ୟକ୍ଷ ସଞ୍ଜୟ ନାୟାର କହିଛନ୍ତି ଯେ, ସୁଧହାର ଅପରିବର୍ତ୍ତିତ ରହିବାର ସମ୍ଭାବନା ଅଧିକ । କାରଣ ଖୁଚୁରା ମୁଦ୍ରସ୍ପୀତି ହାର ଏବେ ବି ଚାରି ପ୍ରତିଶତରୁ ଅଧିକ ରହିଛି । ତେବେ ଆଶ୍ୱସ୍ତିକର କଥା ଏହା ହ୍ରାସ ପାଉଛି । କିନ୍ତୁ ସେପ୍ଟେମ୍ବର ମାସ ପରେ ସ୍ଥିତି ସଂପୂର୍ଣ୍ଣ ସ୍ପଷ୍ଟ ହେବ । ତେଣୁ ସେହି ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି ସେ କହିଛନ୍ତି ।