ଭୁବନେଶ୍ୱର: ଭୋଟ୍ ସରି ସାରିଛି । ବାସ୍ ଆଉ କିଛି ଘଣ୍ଟା ପରେ ପ୍ରକାଶ ପାଇବ ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ । ନେତାଙ୍କ ଛାତି ଧଡଧଡ, ସେପଟେ ଟେନସେନରେ କର୍ମୀ । ଏହା ମଧ୍ୟରେ ଆଜି ଲୋକସେବା ଭବନରେ ବସିଛି ରାଜ୍ୟ ସରକାରଙ୍କ ଅନ୍ତିମ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି ।
ସୂଚନା ଅନୁଯାୟୀ, ବୈଠକରେ ମନ୍ତ୍ରିମଣ୍ଡଳ ଭଙ୍ଗ ନେଇ ଆଲୋଚନା ହେବ । କାରଣ ଆସନ୍ତାକାଲି ଫଳାଫଳ ପ୍ରକାଶ ପାଉଛି । ତେଣୁ ନବୀନଙ୍କ ପଞ୍ଚମ ପାଳିର ଏହା ହେଉଛି ଶେଷ କ୍ୟାବିନେଟ୍ ବୈଠକ । ଏଥିରେ ପୁରୀ ବାଣ ବିସ୍ଫୋରଣ ଘଟଣା, ରାଉରକେଲାରେ ଅସ୍ୱଭାବିକ ମୃତ୍ୟୁୁ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ।
ଉଲ୍ଲେଖନୀୟ ଏଥର ନିର୍ବାଚନରେ କିଏ ବାଜିମାତ କରିବ ତାହା କହିବା ମୁସ୍କିଲ । ତେବେ ଆସିଥିବା ଏକଜିଟ୍ ପୋଲରେ କିଏ କହୁଛି ବିଜେଡି ୧୦୦ରୁ ଅଧିକ ସିଟ୍ ଜିତି ସରକାର ଗଢିବ ତ ଆଉ କିଏ କହୁଛି ଝୁଲା ସରକାର ହେବ । ଇଣ୍ଡିଆ ଟୁଡେର ଏକଜିଟ୍ ପୋଲ ମୁତାବକ ବିଜେପି ୬୨ରୁ ୮୦ ଏବଂ ବିଜେଡି ୬୨ରୁ ୮୦ ସିଟ୍ ଜିତି ପାରନ୍ତି ।