Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଡିଶାରେ ବିଜେପି ଓ ବିଜେଡି ମଧ୍ୟରେ କଡା ସଂଘର୍ଷ, ଶାସକ ଦଳକୁ ଚିନ୍ତାରେ ପକାଇବ ପ୍ରାରମ୍ଭିକ ଟ୍ରେଣ୍ଡ

ଭୁବନେଶ୍ୱର: ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଜି ଚାଲିଛି ଭୋଟ୍ ଗଣତି । ନିର୍ବାଚନ ପ୍ରଚାର ବେଳେ ବିଜେପି ଓ ବିଜେଡି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ଭୋଟ୍ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡରେ ମଧ୍ୟ ଦୁଇ ଦଳ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳୁଛି । ୧୪୭ ସିଟରୁ ୬୦ଟି ଚିତ୍ର କିଛିଟା ସାମ୍ନାକୁ ଆସିଛି । ଏଥିରୁ ବିଜେଡି ୨୭ ସିଟରେ ଆଗୁଆ ଥିବା ବେଳେ ବିଜେପି ୨୫ସିଟରେ ଅଗ୍ରଣୀ ହାସଲ କରିଛି । କଂଗ୍ରେସ ୨ଟି ଆଗରେ ରହିଛି ।

ଏହି ଟ୍ରେଣ୍ଡରୁ ଏହା ସ୍ପଷ୍ଟ ଯେ, କିଏ ସରକାର ଗଢିବ କହିବା ମୁସ୍କିଲ । ଜାତୀୟ ଗଣମାଧ୍ୟମ କରିଥିବା ଏକଜିଟ ପୋଲରେ ବିଜେପି ଅଧିକ ସିଟ୍ ଜିତି ଭଲ କରୁଥିବା ବେଳେ ବିଜେଡିର ବହୁତ କ୍ଷତି ଘଟୁଛି । ୧୪୭ ସିଟରୁ ସରକାର ଗଢିବ ପାଇଁ ମ୍ୟାଜିକ ନମ୍ବର ହେଉଛି ୭୪ । ଗତ ନିର୍ବାଚନରେ ବିଜେଡି ୧୧୨ ସିଟ୍ ଜିତି ପଞ୍ଚମ ଥର ସରକାର ଗଢିଥିଲା । ଆଉ ବିଜେପି ୨୩ ଓ କଂଗ୍ରେସ ୯ ସିଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା । କିନ୍ତୁ ଏଥର ବିଜେଡି ଓ ବିଜେପି ମଧ୍ୟରେ ମୁକାବିଲା ତୀବ୍ରତର ହେଉଛି ।