ଭୁବନେଶ୍ୱର: ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆଜି ଚାଲିଛି ଭୋଟ୍ ଗଣତି । ନିର୍ବାଚନ ପ୍ରଚାର ବେଳେ ବିଜେପି ଓ ବିଜେଡି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ଓଡିଶାର ୨୧ ଲୋକସଭାରୁ ସବୁ ସିଟର ପ୍ରାରମ୍ଭିକ ଚିତ୍ର ସାମ୍ନାକୁ ଆସିଛି । ଓଡିଶାରେ ବିଜେପି କମାଲ କରୁଥିବା ଦେଖିବାକୁ ମିଳୁଛି । ବିଜେପି ୧୭ଟି ସିଟରେ ଆଗୁଆ ରହିଥିବା ବେଳେ ବିଜେଡି ମାତ୍ର ୩ଟିରେ ଆଗୁଆ ରହିଛି । କଂଗ୍ରେସ ଗୋଟିଏ ସିଟରେ ଅଗ୍ରଣୀ ହାସଲ କରିଛି ।
ପ୍ରାରମ୍ଭିକ ଟ୍ରେଣ୍ଡରେ ଓଡିଶାରେ ବିଜେଡି ବହୁ ପଛରେ ରହି ଯାଇଛି । ବିଜେପି ସହ ୨୫ ବର୍ଷର ଶାସକ ଦଳର କୌଣସି ମୁକାବିଲା ଦେଖିବାକୁ ମିଳିନି । ଜାତୀୟ ଗଣମାଧ୍ୟମ ସଂସ୍ଥା ଓ ଏଜେନ୍ସି ପକ୍ଷରୁ ହୋଇଥିବା ବିଭିନ୍ନ ଏକଜିଟ୍ ପୋଲରେ ବିଜେପି ୧୫ରୁ ୧୮ ସିଟ୍ ଜିତିବା ବୋଲି ଆକଳନ କରାଯାଇଥିଲା । ବିଜେଡି ୪ରୁ ୬ ସିଟ୍ ଜିତିବ ବୋଲି ପୂର୍ବାନୁମାନ କରାଯାଇଥିଲା । ତେବେ ଭୋଟ୍ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡରେ ଚିତ୍ର ମଧ୍ୟ ତାହା ବର୍ଣ୍ଣନା କରୁଛି । ତେବେ ଭୋଟ୍ ଗଣତି ଆଗକୁ ବଢିବା ସହିତ ସଂଖ୍ୟାରେ ପରିବର୍ତ୍ତନ ଘଟିପାରେ । ଗତ ଥର ବିଜେଡି ୧୨ଟି ସିଟ୍ ଜିତିଥିବା ବେଳେ ବିଜେପି ୮ ଏବଂ କଂଗ୍ରେସ ଗୋଟିଏ ଲୋକସଭା ସିଟ୍ ଜିତିଥିଲା ।