ଭୁବନେଶ୍ୱର: ନିର୍ବାଚନ ଜିତିବା ପରେ ବ୍ରହ୍ମପୁର ନବ ନିର୍ବାଚିତ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ମୁଁ ନବୀନ ପଟ୍ଟନାୟକଙ୍କୁ ଥରୁଟିଏ ଦେଖା କରିବାକୁ ଚାହୁଁଛି । ତାଙ୍କୁ ମୋର ଗୋଟିଏ ବିରାଟ ପ୍ରଶ୍ନ ପଚାରିବାର ଅଛି । ଓଡିଶାରେ ସୁନାମୀ ଆସିଛି ପରିବର୍ତ୍ତନ ହୋଇଛି।
ପ୍ରଦୀପ କହିଛନ୍ତି, ଏଠାରେ ଜନତାଙ୍କ ସରକାର ହେବ, ଲୋକଙ୍କ ସରକାର ହେବ । ଓଡିଶାବାସୀ ପୂରା ଭାରତବାସୀଙ୍କୁ ଚକିତ କରିଛନ୍ତି । ଭାରତବାସୀ ଭାବୁଥିଲେ ଓଡିଶାର ଲୋକ କଣ ଅନ୍ଧ କି ଯେ, ପ୍ରତି ଥର ଗୋଟିଏ ଦଳକୁ ଜିତାଇ ଆସିଛନ୍ତି । କିନ୍ତୁ ଓଡିଶାବାସୀ ଏଥର ସମସ୍ତଙ୍କୁ ଭୁଲ ପ୍ରମାଣିତ କରି ଚକିତ କରିଛନ୍ତି । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇ ଓଡିଶାବାସୀ ଜଣାଇ ଦେଲେ ।
ସେ ଏହା ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମୋତେ ଯେଉଁ ସୁଯୋଗ ମିଳିଛି ତାହା ଭୁଲିବି ନାହିଁ । ଏଥର ଓଡିଶାରେ ଲେଖା ଛିଡିଲା, କ୍ରୀତଦାସରୁ ଓଡିଶାବାସୀ ମୁକ୍ତି ପାଇଲେ । ଯେଉଁଠି ନୀତି ନାହିଁ, ନେତା ଠିକ୍ ନାହାନ୍ତି, ସେ ଦଳ ତିଷ୍ଠିବନି । ତେଣୁ ମିଶନ ଓଭର, ଚାପ୍ଟର କ୍ଲୋଜ ହୋଇଛି ।
ବିଜେଡିର ପରାଜୟକୁ ନେଇ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ବିଜେଡି ନେତାଙ୍କ ନିୟତ ଠିକ୍ ନ ଥିଲା । ଯେଉଁଠି ନୀତି ନାହିଁ, ନେତା ଠିକ୍ ନାହାନ୍ତି ସେ ଦଳ କେମିତି ତିଷ୍ଠିବ । ମୁଁ ପ୍ରତିଶୋଧ ପରାୟଣ ରାଜନୀତିରେ ବିଶ୍ୱାସ କରେନି । ସମସ୍ତଙ୍କ ସହ ମିଳିମିଶି ରାଜ୍ୟର ସମୃଦ୍ଧ ପାଇଁ କାମ କରିବା ।